ଖର୍ତୁମ: ସୁଦାନର ପଶ୍ଚିମ କର୍ଦୋଫ୍ୟାନ୍ ପ୍ରଦେଶରେ ଏକ ସୁନାଖଣି ଭୁଶୁଡ଼ି ପଡ଼ିବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ନେଇ ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ତେବେ ଆହତଙ୍କ ସଂଖ୍ୟା କେତେ, ସେ ନେଇ ସରକାରଙ୍କ ପକ୍ଷରୁ କିଛି କୁହାଯାଇନାହିଁ।
ରାଜଧାନୀ ଖର୍ତୁମ ଠାରୁ ଦକ୍ଷିଣରେ ପ୍ରାୟ ୭୦୦ କିଲୋମିଟର ଦୂରରେ ଫୁଜ୍ ନାମକ ଗାଁରେ ଏହି ଘଟଣା ଘଟିଛି। ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଉକ୍ତ ସୁନାଖଣିଟି ବନ୍ଦ ପଡ଼ିଥିଲା। ଏକ ସରକାରୀ କମ୍ପାନୀ ଦ୍ୱାରା ଏହି ଖଣି ପରିଚାଳିତ ହେଉଥିଲା। କମ୍ପାନୀ ପକ୍ଷରୁ ଏହି ଅଘଟଣ ପରେ କିଛି ଫଟୋ ଫେସ୍ବୁକ୍ ପୃଷ୍ଠାରେ ପୋଷ୍ଟ କରାଯାଇଥିଲା। ତେବେ କେବେ ଠାରୁ ଖଣିଟିକୁ ବନ୍ଦ କରି ଦିଆଯାଇଥିଲା, ସେ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ।
ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ଖଣିରୁ ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯିବା ପରେ ସ୍ଥାନୀୟ ଲୋକେ ଯାଇ ସେଠାରେ ଖୋଳାଖୋଳି କରୁଥିଲେ।
The post ସୁନାଖଣି ଭୁଶୁଡ଼ି ୩୮ ମୃତ appeared first on Odisha Reporter.
from Odisha Reporter https://ift.tt/3JoQ65W
No comments:
Post a Comment