ଭୟଙ୍କର ହେଉଛି ଓମିକ୍ରନ୍‌, WHO ଦେଲା ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 28, 2021

ଭୟଙ୍କର ହେଉଛି ଓମିକ୍ରନ୍‌, WHO ଦେଲା ଚେତାବନୀ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ସାରା ବିଶ୍ୱରେ ଏହାକୁ ନେଇ ଖେଳିଛି ଆତଙ୍କ। ଦିନକୁ ଦିନ କରୋନା ସଂକ୍ରମଣ ସହ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ବଢ଼ି ଚାଲିଛି। ଏହା ଏବେ ଭୟଙ୍କର ହେବାରେ ଲାଗିଛି। ଏହାକୁ ନେଇ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ’) ଦେଶବାସୀଙ୍କୁ ସତର୍କ କରାଇବା ସହ ଚେତାବନୀ ଦେଇଛି।

ଭାରତରେ ଓମିକ୍ରନ୍‌ ମାମଲା ଏବେ ସୁଦ୍ଧା ୭୮୧ରେ ପହଞ୍ଚିଛି। ଏହାକୁ ନେଇ କୋଭିଡ-୧୯ ସପ୍ତାହିକ ଏପିଡେମୋଲୋଜିକଲ ଅପଡେଟ୍‌ରେ ହୁ’ କହିଛି, ‘ଅନେକ ଦେଶରେ ଖୁବ୍‌ ଦ୍ରୁତ ଗତିରେ ମହାମାରୀ ବ୍ୟାପିବା କାରଣ ହେଉଛି ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏହା ସେହି ଦେଶଗୁଡିକୁ ମଧ୍ୟ ଅତିକ୍ରମ କରିଛି ଯେଉଁଠାରେ ପୂର୍ବରୁ ଡେଲଟା ଭାରିଏଣ୍ଟର ପ୍ରଭାବ ଅଧିକ ଥିଲା।’

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି କହିଛି, ନୂଆ ‘ଭାରିଏଣ୍ଟ ଅଫ୍ କନସର୍ଣ୍ଣ’ ଓମିକ୍ରନ୍‌ର ବିପଦ ବହୁତ ଅଧିକ। ଜାରି ତଥ୍ୟ ଦର୍ଶାଉଛି ଯେ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା ଓମିକ୍ରନ୍ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି। ବ୍ରିଟେନ୍ ଏବଂ ଆମେରିକା ଭଳି ଦେଶରେ ଏହି ଭୂତାଣୁ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି। ଓମିକ୍ରନ୍ ବର୍ତ୍ତମାନ ଏହି ଦେଶଗୁଡ଼ିକରେ ଅଧିକ ପ୍ରଭାବଶାଳୀ ଭାରିଏଣ୍ଟ ପାଲଟିଛି। ପ୍ରତିରକ୍ଷା ପ୍ରତିରୋଧ କ୍ଷମତା ଏବଂ ଅଧିକ ସଂକ୍ରାମକର ମିଶ୍ରଣ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପିବାର କାରଣ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ ସଙ୍ଗଠନ ଚେତାବନୀ ଦେଇଛି।

ହୁ’ ଏହା ମଧ୍ୟ କହିଛି, ଦକ୍ଷିଣ ଆଫ୍ରିକାରେ କରୋନା ମାମଲା ୨୯ ପ୍ରତିଶତ ହ୍ରାସ ପାଇଛି। ୨୪ ନଭେମ୍ବରରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ବିଷୟରେ ହୁ’କୁ ସୂଚନା ଦେଇଥିଲା। ବ୍ରିଟେନ, ଦକ୍ଷିଣ ଆଫ୍ରିକା ଏବଂ ଡେନମାର୍କରୁ ମିଳିଥିବା ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ଓମିକ୍ରନ୍ ସଂକ୍ରମଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା ଡେଲ୍‌ଟା ଭାରିଏଣ୍ଟ ଅପେକ୍ଷା କମ୍।

ଓମିକ୍ରନ୍‌ର ବିପଦ କେତେ ରହିଛି, ତାହା ଜାଣିବା ପାଇଁ ଏବେ ଆହୁରି ଅଧିକ ତଥ୍ୟର ଆବଶ୍ୟକତା ରହିଛି। ପୂର୍ବରୁ କୋଭିଡ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବଂ ଟୀକା ନେଇସାରିଥିବା ଲୋକଙ୍କ ପାଇଁ ଓମିକ୍ରନ୍ କେତେ ଗୁରୁତର ତାହା ଜାଣିବା ପାଇଁ ଅଧିକ ତଥ୍ୟ ଆବଶ୍ୟକ।

ରବିବାର ସନ୍ଧ୍ୟାରେ WHO କହିଛି ଯେ ଅକ୍ଟୋବରରୁ ମାମଲା ବୃଦ୍ଧି ପାଇବା ପରେ ପୂର୍ବ ସପ୍ତାହ ତୁଳନାରେ ବିଶ୍ୱରେ ନୂତନ ମାମଲାରେ ୧୧ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ମାମଲାରେ ୪ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀରେ ସର୍ବାଧିକ ସଂଖ୍ୟକ ଓମିକ୍ରନ ମାମଲା ପଞ୍ଜିକୃତ ହୋଇଛି।

The post ଭୟଙ୍କର ହେଉଛି ଓମିକ୍ରନ୍‌, WHO ଦେଲା ଚେତାବନୀ appeared first on Odisha Reporter.



from Odisha Reporter https://ift.tt/32KTfwc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages