ମିଛ କହୁଥିଲେ କି ପ୍ରୟଙ୍କା ଗାନ୍ଧି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 22, 2021

ମିଛ କହୁଥିଲେ କି ପ୍ରୟଙ୍କା ଗାନ୍ଧି ?

ନୂଆଦିଲ୍ଲୀ: କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇନାହିଁ। ବିଶେଷସୂତ୍ରରୁ ଏହା ଜଣାପଡ଼ିଛି। ଭାରତର Computer Emergency Response Team (CERT-In) ପକ୍ଷରୁ ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଜଣାପଡିଛି। ପ୍ରିୟଙ୍କା ମଙ୍ଗଳବାର ଅଭିଯୋଗ କରିଥିଲେ ଯେ, ସରକାର ତାଙ୍କ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି। ପ୍ରିୟଙ୍କାଙ୍କ ୧୮ ବର୍ଷୀୟ ଝିଅ ମୀରା  ଭଦ୍ରା ଏବଂ ୨୦ ବର୍ଷୀୟ ପୁଅ ରାୟହାନ୍ ଭଦ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ପ୍ରିୟଙ୍କା କହିଥିଲେ ଯେ, ସରକାରଙ୍କର କିଛି କାମ ନାହିଁ। ସେମାନେ ମୋ ପିଲାଙ୍କ ପଛରେ ଗୁଇନ୍ଦା ଗିରି କରୁଛନ୍ତି।

ମୋ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରୁଛନ୍ତି। ତେବେ ପ୍ରିୟଙ୍କା ଏନେଇ କୌଣସି ବିଧିବଦ୍ଧ ଭାବେ ଅଭିଯୋଗ କରିନଥିଲେ। ପ୍ରିୟଙ୍କା ଗାନ୍ଧିଙ୍କ ଅଭିଯୋଗକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ(ଆଇଟି) ଗୁରୁତର ଭାବେ ଗ୍ରହଣ କରିଥିଲା । ଏହି ଅଭିଯୋଗର ତଦନ୍ତ ପାଇଁ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା। ତେବେ ପ୍ରିୟଙ୍କା ପିଲାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇନଥିବା ବିଷେଶ ସୂତ୍ରରୁ ଜଣାପଡ଼ିଛି।

ପେଗାସସ୍ ଗୁପ୍ତଚର ପ୍ରସଙ୍ଗ ସାର୍ବଜନୀନ ହେବା ପରଠାରୁ ବେଆଇନ ଫୋନ୍ ଟ୍ୟାପିଂ ନେଇ ଅଭିଯୋଗ ବଢ଼ୁଛି। ପେଗାସସ୍ ଗୁପ୍ତଚର ପ୍ରସଙ୍ଗରେ ପ୍ରିୟଙ୍ଗା ଗାନ୍ଧି ଅନ୍ୟ ବିରୋଧୀଦଳର ନେତାମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଆସୁଛନ୍ତି। ପ୍ରିୟଙ୍କାଙ୍କ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣିଥିଲା ସେ କହିଥିଲେ ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ ସନ୍ଧ୍ୟାରେ ମୋ ରେକର୍ଡିଂ ଶୁଣୁଛନ୍ତି। ଆମର ସମସ୍ତ ଟେଲିଫୋନିକ୍ ବାର୍ତ୍ତାଳାପ ଶୁଣାଯାଉଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଫୋନ୍‌ ଟ୍ୟାପିଂକୁ ନେଇ ସମାନ ଅଭିଯୋଗ କରିଛନ୍ତି।

The post ମିଛ କହୁଥିଲେ କି ପ୍ରୟଙ୍କା ଗାନ୍ଧି ? appeared first on Odisha Reporter.



from Odisha Reporter https://ift.tt/3muSIVY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages