ନୂଆଦିଲ୍ଲୀ: ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ କରୋନାରୁ ଅୟାତକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଶିଆ ସେଣ୍ଟ୍ରାଲ ୱକଫ୍ ବୋର୍ଡର ପୂର୍ବତନ ସଭାପତି ୱସିମ ରିଜବୀ। ଆଜି ଉତ୍ତରପ୍ରଦେଶର ଗାଜିଆବାଦରେ ୟେତି ନରସିଂହାନନ୍ଦ ସରସ୍ୱତୀ ତାଙ୍କୁ ସନତାନ ଧର୍ମରେ ସାମିଲ କରାଇଛନ୍ତି।
ନରସିଂହାନନ୍ଦ ସରସ୍ୱତୀ କହିଛନ୍ତି ଯେ ଆମେ ୱାସିମ ରିଜଭୀଙ୍କ ସହ ଅଛୁ, ୱସିମ ତ୍ୟାଗି ସମ୍ପ୍ରଦାୟରେ ଯୋଗଦେବେ। ପୂର୍ବରୁ ଶିଆ ସେଣ୍ଟ୍ରାଲ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭୀ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ।
ଧର୍ମ ପରିବର୍ତ୍ତନ ପରେ ୱାସିମ ରିଜଭୀ, କହିଛନ୍ତି ଯେ ମୁସଲମାନମାନଙ୍କର ଭୋଟ୍ କୌଣସି ରାଜନୈତିକ ଦଳକୁ ଯାଏ ନାହିଁ। ମୁସଲମାନମାନେ କେବଳ ହିନ୍ଦୁତ୍ୱ ବିରୋଧରେ ଏବଂ ହିନ୍ଦୁମାନଙ୍କୁ ପରାସ୍ତ କରିବାକୁ ଭୋଟ୍ ଦିଅନ୍ତି। ଆଜିଠାରୁ ସେ କେବଳ ହିନ୍ଦୁତ୍ୱ ପାଇଁ କାମ କରିବେ। ମୋତେ ଇସଲାମରୁ ବାହାର କରିଦିଆଯାଇଛି। ପ୍ରତି ଶୁକ୍ରବାର ମୋ ମୁଣ୍ଡ ପୁଛା ରଖାଯାଇଥିବା ପୁରସ୍କାର ରାଶି ବଢ଼ୁଛି। ତେଣୁ ଆଜି ସନାତନ ଧର୍ମ ଗ୍ରହଣ କରୁଛି ବୋଲି କହିଛନ୍ତି।
ସୂଚନା ମୁତାବକ, ଗତ କିଛି ଦିନ ତଳେ ୱସିମ ରିଜଭୀ ନିଜ ୱସିୟତ ନାମା (ହ୍ୱିଲ୍)କୁ ସାର୍ବଜନୀନ କରିଥିଲେ। ମୃତ୍ୟୁ ପରେ ତାଙ୍କୁ କବର ନୁହେଁ, ବରଂ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରାଯିବା ଉଚିତ୍ ଏବଂ ତାଙ୍କ ଶରୀରକୁ ପୋଡି ଦିଆଯିବା ଉଚିତ ବୋଲି ସେ ଘୋଷଣା କରିଥିଲେ। ୱାସିମ୍ ରିଜଭି କହିଥିଲେ ଯେ ୟେତି ନରସିଂହାନନ୍ଦ ତାଙ୍କ ମୁଖାଗ୍ନି ଦେବେ। କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଏବଂ ଏହି ଲୋକମାନେ ଘୋଷଣା କରିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ କବର ସ୍ଥାନ ଦିଆଯିବ ନାହିଁ। ତେଣୁ ତାଙ୍କର ଶବଦାହ କରାଯିବା ଉଚିତ ବୋଲି ସେ କହିଥିଲେ।
The post ଇସଲାମ ଛାଡି ହିନ୍ଦୁ ଧର୍ମ ଆପଣାଇଲେ ଶିଆ ବୋର୍ଡର ପୂର୍ବତନ ସଭାପତି appeared first on Odisha Reporter.
from Odisha Reporter https://ift.tt/3xVKTxg
No comments:
Post a Comment