ବିଦେଶ ଫେରନ୍ତା ଦେଉଛନ୍ତି ଭୁଲ୍‌ ଠିକଣା, ୪୦%ଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 6, 2021

ବିଦେଶ ଫେରନ୍ତା ଦେଉଛନ୍ତି ଭୁଲ୍‌ ଠିକଣା, ୪୦%ଙ୍କ ପତ୍ତା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓମିକ୍ରନକୁ ନେଇ ସମଗ୍ର ଦେଶକୁ ଘାରିଛି ଚିନ୍ତା। ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏଯାଏ ଠାବ ହୋଇ ନାହାନ୍ତି ଜଣେ ବି ଆକ୍ରାନ୍ତ । ହେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି। ସେମାନେ ଦେଇଥିବା ଠିକଣା ଭୁଲ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ର ଗୁଡ଼ିକରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । ହେଲେ ସେମାନଙ୍କ ମଧ୍ୟରୁ  ୪୦%ଙ୍କୁ ଠାବ କରାଯାଇପାରୁନି । ଏହି ବ୍ୟକ୍ତିମାନେ ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ ନମ୍ବର ଓ ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି । ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି । ଏହା ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରାନ୍ତ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିନି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି,  ଓମିକ୍ରନ୍‌ ଭାରିଆଣ୍ଟରେ ଆକ୍ରାନ୍ତ ହୋଇ କାହାର ମୃତ୍ୟୁ ହୋଇଥିବା ଏ ଯାଏ ନଜର ଆସିନି। ହେଲେ ଏହାକୁ ନେଇ ଚିନ୍ତା ଲାଗି ରହିଛି। ଏହା କେତେ କ୍ଷୀପ୍ର ବେଗରେ ଅନ୍ୟଙ୍କୁ ସଂକ୍ରମିତ କରୁଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)  ପରୀକ୍ଷା ଚଲାଇଛି। ଆସନ୍ତା ୫ରୁ ୭ ଦିନ ମଧ୍ୟରେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଖୁବ୍‌ ସହଜରେ ସେମାନଙ୍କ ଟ୍ରେସିଂ କରାଯିବ । ତା’ସହିତ କଣ୍ଟାକ୍ଟ ଟ୍ରେସିଂ କରାଯିବ  ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ଓମିକ୍ରନକୁ ନେଇ ଭୟ କରିବାର ନାୟିଁ। କେବଳ ସତର୍କ ରହିବାର ଅଛି । ଟିକାକରଣକୁ ଜୋରଦାର କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଅନ୍ୟପକ୍ଷରେ ଭୁବନେଶ୍ୱର ସ୍ଥିତ  ଆଇଏଲ୍ଏସ୍‌ର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି,  ନଭେମ୍ବର ୨୪ ପରେ ରିସ୍କ ଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସାମ୍ପଲ ଜିନମ୍ ସିକ୍ୟୁଏନ୍‌ସିଂ ଆମ ପାଖକୁ ଆସିଛି। ଶୁକ୍ରବାର ସେସବୁର ରିପୋର୍ଟ ଆସିବ।

The post ବିଦେଶ ଫେରନ୍ତା ଦେଉଛନ୍ତି ଭୁଲ୍‌ ଠିକଣା, ୪୦%ଙ୍କ ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/3lFQ2Ey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages