ହାଇଦ୍ରାବାଦ: ବରିଷ୍ଠ ରାଜନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତି ରୋସାଇଆଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ତାମିଲନାଡୁର ରାଜ୍ୟପାଳ ଭାବେ ମଧ୍ୟ କୋନିଜେତି କାମ କରିଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଆଜି ସକାଳୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୩ ମସିହା ଜୁଲାଇ ୪ ତାରିଖରେ କୋନିଜେତି ଗୁଣ୍ଠୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୦୯ ସେପ୍ଟେମ୍ବର ୩ରୁ ୨୦୧୦ ନଭେମ୍ବର ୨୪ ଯାଏ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ।
କୋନିଜେତି ୨୦୧୧ ମସିହା ଅଗଷ୍ଟ ୩୧ରୁ ୨୦୧୬ ଅଗଷ୍ଟ ୩୦ ଯାଏ ତାମିଲନାଡୁର ରାଜ୍ୟପାଳ ଥିଲେ। ସାମୟିକ ସମୟ ପାଇଁ ମଧ୍ୟ ସେ କର୍ଣ୍ଣାଟକା ରାଜ୍ୟପାଳ ଭୂମିକାରେ ମଧ୍ୟ ନଜର ଆସିଥିଲେ। କୋନିଜେତି କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ। ସେ କଂଗ୍ରେସ ଟିକେଟରୁ ଉଭୟ ବିଧାନସଭା ଓ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ୧୯୯୫୦ ଜୁନ୍ ୪ରେ ବିବାହ କରିଥିବା କୋନିଜେତିଙ୍କର ୩ ଝିଅ ଓ ଜଣେ ପୁଅ ଅଛନ୍ତି।
ବୟସ ଜନିତ ରୋଗ ଯୋଗୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲେ। ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଷ୍ଟାର ହସ୍ପିଟାଲକୁ ଅଣା ଯାଇଥିଲା। ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ହେଲେ ସକାଳ ୮.୨୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
The post ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତିଙ୍କ ଦେହାନ୍ତ appeared first on Odisha Reporter.
from Odisha Reporter https://ift.tt/3lzxDJI
No comments:
Post a Comment