ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘଣ୍ଟା ପ୍ରତି ୪ କି.ମି. ବେଗରେ ମାଡି ଆସୁଥିବା ବାତ୍ୟା ଜଓ୍ୱାଦ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି।  ଆଗାମୀ ୧୨ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ଏହାପରେ ଗତି ପରିବର୍ତ୍ତନ କରି  ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କିମି ରହିବ ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ  ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଛି।

ସେହିପରି  ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ରେଡ୍ ଫ୍ଲାଗ୍ ଲଗାଯାଇଛି। ବେଳାଭୂମିକୁ ଜନସାଧାରଣ ବାରଣ ଲାଗି ଏହି ରେଡ୍ ଫ୍ଲାଗ୍ ଲଗାଯାଇଥିବା ଜଣାଯାଇଛି।  ଦିଗବାରେଣୀ ଖୁଣ୍ଟ ଠାରୁ ଲାଇଟ୍ ହାଉସ୍ ବେଳାଭୂମି ଯାଏଁ ରେଡ୍ ଫ୍ଲାଗ ଲଗାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ବାତ୍ୟା ଜଓ୍ୱାଦ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବକୁ ୨୩୦ କଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ ୩୪୦ କିଲୋମିଟର ଓ ପୁରୀଠାରୁ ଏହା ୪୧୦ କିଲୋମିଟର ଦୂର  ଦକ୍ଷିଣ-ଦକ୍ଷିଣ  ପଶ୍ଚିମ ଦିଗରେ ରହିଛି।  ପାରାଦୀପଠାରୁ ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଦୂରରେ ରହିଛି।

 

The post ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି appeared first on Odisha Reporter.



from Odisha Reporter https://ift.tt/31qelPI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages