ହେଲିକପ୍ଟର କ୍ରାଶ ଘଟଣା: ଚିହ୍ନଟ ହେଲା ଆଉ ୬ ଯବାନଙ୍କ ମରଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ହେଲିକପ୍ଟର କ୍ରାଶ ଘଟଣା: ଚିହ୍ନଟ ହେଲା ଆଉ ୬ ଯବାନଙ୍କ ମରଶରୀର

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁର ହେଲିକପ୍ଟର କ୍ରାଶ ଘଟଣାରେ ପ୍ରାଣ ହରାଇଥିବା ଆଉ ୬ ଜଣ ଯବାନଙ୍କ ମରଶୀରକୁ ଚିହ୍ନଟ କରାଯାଇଛି। ଦୁର୍ଘଟଣା ପରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ଏଲଏସ୍‌ ଲିଡରଙ୍କ ପାର୍ଥିବ ଶରୀରକୁ ଚିହ୍ନଟ କରାଯାଇ ପାରିଥିଲା।

ଅନ୍ୟମାନଙ୍କ ଶବ ଦୁର୍ଘଟଣାରେ ପୂରା ଛିନଛତ୍ର ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରାଯାଇ ପାରି ନଥିଲା। ଫଳରେ ପରିବାର ଲୋକଙ୍କ ସହାୟତା ନିଆଯାଇଥିଲା। ବିଭିନ୍ନ ପ୍ରକାରର ପରୀକ୍ଷା ପରେ ପ୍ରାଣ ହରାଇଥିବା ଆଉ ୬ ଜଣ ଯବାନଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ୬ ବୀରପୂତ୍ରଙ୍କ ମଧ୍ୟରେ ଓଡ଼ିଶାର ରାଣାପ୍ରତାପ ଦାସ ମଧ୍ୟ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତଙ୍କ ପାର୍ଥିବ ଶରୀର ସେମାନଙ୍କ ଘରକୁ ବାୟୁସେନା ପକ୍ଷରୁ ପଠାଯିବ।

ଏବେ ବି ଆଉ ୪ ଜଣ ଯବାନଙ୍କ ମରଶରୀର ଚିହ୍ନଟ ହୋଇପାରିନି। ସେଗୁଡ଼ୁକୁ ଆର୍ମି ବେସ୍ ହସ୍ପିଟାଲରେ ରଖାଯାଇଛି। ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ଡକାଯାଇଛି। ଚିହ୍ନଟ ହୋଇଥିବା ଯବାନଙ୍କ ମଧ୍ୟରେ ୪ ଜଣ ବାୟୁସେନାର ଓ ୨ ଜଣ ସ୍ଥଳ ସେନାର ସଦସ୍ୟ। ଲାନ୍ସ ନାଏକ ବିବେକ କୁମାର, ଜୁନିୟର ୱାରେଣ୍ଟ ଅଫିସର ପ୍ରଦୀପ ଅରକ୍କଲ, ରାଣାପ୍ରତାପ ଦାସ, ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂହ ଚୌହାନ, ସ୍କ୍ୱାର୍ଡର୍ନ ଲିଡର କୁଲଦୀପ ସିଂହ ଓ ଲାନ୍ସ ନାଏକ ବି ସାଇ ତେଜାଙ୍କ ମରଶରୀର ଚିହ୍ନଟ ହୋଇଛି।

ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ନାଏକ ଗୁରୁସେବକ ସିଂହ, ନାଏକ ଜିତେନ୍ଦ୍ର କୁମାର ଓ ହାବିଦାଲ ସତପାଲଙ୍କ ପାର୍ଥିବ ଶରୀରକୁ ଚିହ୍ନଟ କରାଯାଇ ପାରିନି। ଚିହ୍ନଟ ହୋଇଥିବା ଯବାନଙ୍କ ମରଶରୀରକୁ ଆଜି ବିମାନ ଯୋଗେ ସେମାନଙ୍କ ଜନ୍ମଭୂମିକୁ ପଠାଯିବ। ସେଠାରେ ପରିବାର ଲୋକଙ୍କ ଉପସ୍ଥିତିରେ ପୂରା ପ୍ରତିରକ୍ଷା ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ।

ଶୁକ୍ରବାର ହେଲିକପ୍ଟର କ୍ରାଶରେ ପ୍ରାଣ ହରାଥିବା ସିଡିଏସ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ଲିଡରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ପ୍ରତିରକ୍ଷା ମର୍ଯ୍ୟାଦ ସହ କରାଯାଇଥିଲା। ଦିଲ୍ଲୀର କ୍ୟାଣ୍ଟନମେଣ୍ଟରେ ଥିବା ବ୍ରାର ଶ୍ମଶାନରେ ସମସ୍ତେ ପଞ୍ଚଭୂତରେ ବିଲୀନ ହୋଇଥିଲେ। ସିଡିଏସ୍ ଓ ତାଙ୍କ ପତ୍ନୀ ମଧୁଲିକା ଗୋଟିଏ ଜୁଇରେ ଜଳିଥିଲେ। ତାଙ୍କର ଦୁଇ ଝିଅ ମୁଖାଗ୍ନୀ ଦେଇଥିଲେ।

The post ହେଲିକପ୍ଟର କ୍ରାଶ ଘଟଣା: ଚିହ୍ନଟ ହେଲା ଆଉ ୬ ଯବାନଙ୍କ ମରଶରୀର appeared first on Odisha Reporter.



from Odisha Reporter https://ift.tt/3rUkS0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages