ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଦାବିଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଦାବିଲା ଅଷ୍ଟ୍ରେଲିଆ

ବ୍ରିସବେନ: ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡକୁ ୯ ୱିକେଟ ପରାସ୍ତ କରିଛି ଅଷ୍ଟ୍ରେଲିଆ। ବ୍ରିସବେନର ଗାବାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ତା’ର ଦବଦବା ଦେଖାଇଥିଲେ। ପ୍ରଥମେ ବୋଲିଂରେ କମାଲ କରିବା ପରେ ବ୍ୟାଟିଂରେ ମଧ୍ୟ ଜଲୱା ଦେଖାଇଥିଲା ଦଳ। ଶେଷରେ ମ୍ୟାଚ୍‌କୁ ମଧ୍ୟ ୯ ୱିକେଟରେ ବାଜିମାତ କରିଛି।

ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଆଶେସ ସିରିଜ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଯାଇଛି। ଗାବାରେ ଇଂଲଣ୍ଡ ଶେଷଥର ପାଇଁ ୧୯୮୬ରେ ଜିତିଥିଲା। ତା’ ପରଠାରୁ ଭ୍ରମଣକାରୀ ଦଳ ବିଜୟ ସ୍ୱାଦ ପାଇନି।

ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୨୯୭ ରନ୍‌ ଅଲଆଉଟ ହୋଇଯିବାରୁ ପ୍ୟାଟ କମିନ୍ସଙ୍କ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତିବା ପାଇଁ କେବଳ ୨୦ ରନ୍‌ର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ଗୋଟିଏ ୱିକେଟ ହରାଇ ଦଳ ହାସଲ କରି ନେଇଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ମାତ୍ର ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ କମିନ୍ସ ୫ ୱିକେଟ ଦଖଲ କରି ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଏହାର ଜବାବରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୪୨୫ ରନ୍‌ କରିଥିଲା। ଦଳ ପକ୍ଷରୁ ଟ୍ରାଭିସ ହେଡ୍‌ ଚିତାକର୍ଷକ ଶତକ ହାସଲ କରିଥିଲେ। ଫଳଳରେ ଦଳକୁ ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର ତୁଳନାରେ ୨୭୮ ରନର ଲିଡ ମିଳିଥିଲା।

ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଏହି ଇନିଂସରେ ଅଧିନାୟକ ଜୋ ରୁଟ୍‌(୮୯) ଓ ଡାୱିଡ ମଲାନ(୮୨) ଲଢ଼େଇ କରିଥିଲେ। କିନ୍ତୁ ଉଭୟ ଆଉଟ ହେବା ପରେ ତାସର ଘର ପରି ଇଂଲଣ୍ଡ ବ୍ୟାଟିଂ ଲାଇନ ଅପ୍‌ ଭୁଶୁଡ଼ି ପଡ଼ିଥିଲା।

ଶେଷରେ ଦଳ ୨୯୭ ରନ୍‌ରେ ସୀମିତ ରହିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ନାଥନ ଲାୟନ ସର୍ବାଧିକ ୪ଟି ୱିକେଟ ଦଖଲ କରିଛନ୍ତି। ଏଥିସହ ସେ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୪୦୦ ୱିକେଟ ବି ପୂରଣ କରିଛନ୍ତି।

ଇଂଲଣ୍ଡ ୨୯୭ ରନ୍ କରିବାରୁ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୦ ରନର ଟାର୍ଗେଟ ମିଳିଥିଲା। ଏଥିପାଇଁ ଡାଭିଡ ୱାର୍ଣ୍ଣରଙ୍କ ବଦଳରେ ଡେବ୍ୟୁଟାଣ୍ଟ ଆଲେକ୍ସ କେରୀ ଓ ମାର୍କସ ହ୍ୟାରିସ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ଜିତିବାକୁ ୪ ରନ୍ ଦରକାର ଥିବା ବେଳେ କେରୀ ୯ ରନ୍ କରି ଓଲି ରବିନଶନଙ୍କ ବଲରେ ଆଉଟ ହୋଇ ଯାଇଥିଲେ।

କିନ୍ତୁ ହ୍ୟାରିସ ଚୌକା ମାରି ଦଳକୁ ବିଜୟ କରାଇଥିଲେ। ମାର୍ନସ ଲାବୁଶେନ ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ କୌଣସି ବଲ ଖେଳି ନଥିଲେ। ପ୍ରଥମ ଇନିଂସରେ ୧୫୨ ରନ୍‌ର  ଇନିଂସ ଖେଳିଥିବା ଟ୍ରାଭିସ ହେଡ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

The post ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ଦାବିଲା ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/3lRtP6E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages