ଦେଶରେ ଡବଲ ସେଞ୍ଚୁରୀ ମାରିଲା ‘ଓମିକ୍ରନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 21, 2021

ଦେଶରେ ଡବଲ ସେଞ୍ଚୁରୀ ମାରିଲା ‘ଓମିକ୍ରନ’

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ମାରିଲା ଡବଲ ସେଞ୍ଜୁରୀ।  ମଙ୍ଗଳବାର ସୁଦ୍ଧା ସମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ଦିଲ୍ଲୀ ଓ ମହାରାଷ୍ଟ୍ର । ଏଠାରୁ ସର୍ବାଧିକ ୫୪ ଲେଖାଏଁ ଓମିକ୍ରନ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରୁ ଚିହ୍ନଟ ହୋଇଥିବା ୫୪ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ୪୨ ଜଣ ସଂକ୍ରମିତ ଏବେବି ହସ୍ପିଟାଲ ଓ ଆଇସୋଲେସନ୍‌ରେ ଅଛନ୍ତି।

ସେହିପରି ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮ଟି, କେରଳରୁ, ୧୫, ଗୁଜରାଟରୁ ୧୪, ଉତ୍ତରପ୍ରଦେଶରୁ ୨, ଓଡ଼ିଶାରୁ ୨ଟି, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଓମିକ୍ରନ୍‌  ମାମଲା ସାମ୍ନାକୁ ଆସିଛି। ତେବେ ଖୁସିର କଥା ଯେ,  ମୋଟ ୨୦୦ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇସାରିଲେଣି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୩୨୬ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ କରୋନାର ମୋଟ ସଂକ୍ରମିତ ସଂଖ୍ୟା ୩,୪୭,୫୨,୧୬୪ରେ ପହଞ୍ଚିଛି। ଏଥିମଧ୍ୟରୁ ୭୯,୦୯୭ ଜଣଙ୍କ ଚିକିତ୍ସା ଚାଲିଛି।

The post ଦେଶରେ ଡବଲ ସେଞ୍ଚୁରୀ ମାରିଲା ‘ଓମିକ୍ରନ’ appeared first on Odisha Reporter.



from Odisha Reporter https://ift.tt/3qhrmDU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages