ଆଜି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦୦କୋଟି ଟଙ୍କା ଦେବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 21, 2021

ଆଜି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦୦କୋଟି ଟଙ୍କା ଦେବେ ମୋଦି

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶକୁ ମାରାଥନଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ଭେଟି ଦେଉଛନ୍ତି। ଆଜି ମଧ୍ୟ ମୋଦିଙ୍କ ଯୁପି ଯାତ୍ରା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମହିଳାମାନଙ୍କ ପାଇଁ  ଏକ ବଡ଼ ଉପହାର ଘୋଷଣା କରିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରୟାଗରାଜ ଗସ୍ତ ସ୍ଥିର ହୋଇଥିବା ବେଳେ ସେଠାରେ ଏକ ବିରାଟ ମହିଳା ସମାବେଶରେ ଯୋଗ ଦେବେ।

ଏନେଇ ସରକାରୀ ସୂତ୍ରରୁ ସୂଚନା ମିଲିଛି। ଏହି ସମାବେଶରେ ପାଖାପାଖି ୨ ଲକ୍ଷ ମହିଳାଙ୍କୁ ମୋଦି ସମ୍ବୋଧିତ କରିବେ। ଗତ ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତର ଏହା ହେଉଛି ଦଶମଥର । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୁଇ ମାସରୁ କମ୍ ସମୟ ରହିଛି । ତା ପୂର୍ବରୁ ଏଠିକାର ଶାସକଦଳ ବିଜେପି ପୁଣିଥରେ କ୍ଷମତାକୁ ହାତେଇବା ପାଇଁ ଲାଗିପଡ଼ିଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ପ୍ରଚାର କମାଣ୍ଡ ନିଜ ହାତକୁ ନେଇଥିବା ଚର୍ଚ୍ଚା ହେଉଛି। ଆଜି ପ୍ରୟାଗରାଜରେ ମହିଳା ଶସକ୍ତିକରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

ଏଥିରେ ମୋଦି ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଆକାଉଣ୍ଟକୁ ୧୦୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ।  ଯେଉଁଥିରେ ପ୍ରାୟ ୧୬ ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ। ଦିନ ଦୟାଲ ଉପାଧ୍ୟାୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ଏହି ଅର୍ଥ ସ୍ଥାନାନ୍ତର ହେବ ବୋଲି ପିଏମଓ ପକ୍ଷରୁ କୁହାଯାଇଛି। ୮୦,୦୦୦  ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF) ପ୍ରଦାନ କରାଯିବ।

The post ଆଜି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦୦କୋଟି ଟଙ୍କା ଦେବେ ମୋଦି appeared first on Odisha Reporter.



from Odisha Reporter https://ift.tt/3peYqNC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages