ଆତଙ୍କୀ ହମଲାରେ ସହିଦଙ୍କ ସଂଖ୍ୟା ୩ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ ଜୋରଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 14, 2021

ଆତଙ୍କୀ ହମଲାରେ ସହିଦଙ୍କ ସଂଖ୍ୟା ୩ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ ଜୋରଦାର

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ହମଲାରେ ସହିଦଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଗତକାଲି ସୁଦ୍ଧା ଆତଙ୍କୀଙ୍କ ଗୁଳିରେ ୨ ଜଣ ପୁଲିସ୍‌ କର୍ମୀ ସହିଦ ହୋଇଥିଲେ। ବିଳମ୍ବିତ ରାତିରେ ଆଉ ଜଣେ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଥିବା ପୁଲିସ୍‌ କର୍ମୀ ଜଣଙ୍କ ହେଉଛନ୍ତି ରମୀଜ ଅହମଦ। ତାଙ୍କ ଘର ଗାନ୍ଦେରବଲ ଜିଲ୍ଲା ୟାଚମା କାନଗନରେ।

ଜମ୍ମୁ-କଶ୍ମୀର ପୁଲିସ୍‌ର ୧୪ ଜଣ କର୍ମଚାରୀ ଗୋଟିଏ ବସ୍‌ରେ ଫେରୁଥିବା ବେଳେ ହଠାତ୍‌ ପଠାନ ଚୌକର ଜେବନରେ ଆତଙ୍କବାଦୀଙ୍କ ହମଲାର ଶିକାର ହୋଇଥିଲେ। ରାସ୍ତାର ଉଭୟ ପଟୁ ଆତଙ୍କବାଦୀମାନେ ବସ୍‌କୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ୨ ଜଣ ସହିଦ ହୋଇଥିବା ବେଳେ ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରମୀଜଙ୍କ ମୃତ୍ୟୁ ଘଟିଛି।

ଏବେ ବି ଆଉ କିଛି ପୁଲିସ୍‌ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଘଟଣା ପରେ ଫେରାର ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଲିସ୍‌ ଓ ସେନା ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏସବୁ ଭିତରେ ଘଟଣା ପଛରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ହାତ ଥିବା ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରିବା ସହ ରିପୋର୍ଟ ମାଗିଛନ୍ତି।

ପୁଲିସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୯ମ ବାଟାଲିୟନର ପୁଲିସ୍ କର୍ମଚାରୀଙ୍କ ଉପରେ ହୋଇଥିବା ହମଲାରେ ୩ ଜଣ ଆତଙ୍କବାଦୀ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଅନ୍ଧାରର ଫାଇଦା ନେଇ ଆତଙ୍କବାଦୀମାନେ ଘଟଣାସ୍ଥଳକୁ ଚମ୍ପଟ ମାରିବାକୁ ସକ୍ଷମ ହୋଇଛନ୍ତି। ଘଟଣାରେ ଏଏସ୍‌ଆଇ ଗୁଲାମ ହାସନ ଓ କନଷ୍ଟେବଲ ସୈଫିକ ଅଲୀ ସହିଦ ହୋଇଥିଲେ। ଆଉ ଜଣେ କର୍ମଚାରୀ ରମୀଜ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ବାକି ସମସ୍ତ ପୁଲିସ୍‌ କର୍ମଚାରୀଙ୍କ ଅବସ୍ଥା ସ୍ଥିର ରହିଥିବା ପୁଲିସ କହିଛି।

ଆଇଜିପି କଶ୍ମୀର ବିଜୟ କୁମାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ଜୈଶ-ଇ-ମହମ୍ମଦର କଶ୍ମୀର ଟାଇଗର ନାମକ ଆତଙ୍କୀ ସଂଗଠନ ଶ୍ରୀନଗର ହମଲା ପଛରେ ଥିବା ସ୍ପଷ୍ଟ ହୋଇଛି। ପାଲଟା ଆକ୍ରମଣେ ଜଣେ ଆତଙ୍କୀ ମଧ୍ୟ ଆହତ ହୋଇଛି। କିନ୍ତୁ ଅନ୍ଧାର ଯୋଗୁ ସେମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି।

The post ଆତଙ୍କୀ ହମଲାରେ ସହିଦଙ୍କ ସଂଖ୍ୟା ୩ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ ଜୋରଦାର appeared first on Odisha Reporter.



from Odisha Reporter https://ift.tt/3GIjnXe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages