ବଡ଼ଧରଣର ଭୂକମ୍ପ ଝଟକା, ଜାରି ହେଲା ଭୟଙ୍କର ସୁନାମି ପାଇଁ ଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 13, 2021

ବଡ଼ଧରଣର ଭୂକମ୍ପ ଝଟକା, ଜାରି ହେଲା ଭୟଙ୍କର ସୁନାମି ପାଇଁ ଆଲର୍ଟ

ଜାକାର: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଇଷ୍ଟର୍ଣ୍ଣ ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ତେଣୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆମେରିକା ଜିଓଲୋଜିକାଲ ସର୍ଭେ(ୟୁଏସ୍‌ଜିସି) କହିଛି ଯେ ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି। ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି। ତେଣୁ ଫ୍ଲୋରେସ ଦ୍ୱୀପ ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି।

ଫ୍ୟାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର କହିଛି, ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ଉପକୂଳରେ ଥିବା ୧୦୦୦ କିମି ଅଞ୍ଚଳ ଯାଏ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି। ତେଣୁ କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଭୂକମ୍ପ ଝଟକାରେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି। କିନ୍ତୁ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି। ପୂର୍ବରୁ ମଧ୍ୟ ଇଣ୍ଡୋନେସିଆରେ ଏପରି ବଡ଼ଧରରଣ ଭୂକମ୍ପ ଝଟକା ପରେ ସୁନାମି ଆସି ପ୍ରଳୟ ରଚିଥିଲା। ତେଣୁ ଲୋକମାନେ ଏହି ଖବର ପାଇବା ପରେ ଆତଙ୍କିତ ହୋଇପଡ଼ିଛନ୍ତି।

୨୦୦୪ରେ ୯.୧ ତୀବ୍ରତାର ଭୂକମ୍ପ ଝଟକାରେ ସୁମାତ୍ରା ଥରିଥିଲା। ଏହାପରେ ଆସିଥିବା ଭୟଙ୍କର ସୁନାମି ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୨୨୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ସୁନାମୀ ଶ୍ରୀଲଙ୍କା, ନେପାଳ ଓ ଭାରତ ଭଳି ୯ଟି ଦେଶରେ ଦେଖାଯାଇଥିଲା।  ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା। ଗତବର୍ଷ ପଲରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଦେଖାଯାଇଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ କିମ୍ବା ନିଖୋଜ ହୋଇଯାଇଥିଲେ।

The post ବଡ଼ଧରଣର ଭୂକମ୍ପ ଝଟକା, ଜାରି ହେଲା ଭୟଙ୍କର ସୁନାମି ପାଇଁ ଆଲର୍ଟ appeared first on Odisha Reporter.



from Odisha Reporter https://ift.tt/3DVcrUN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages