ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଅଟକିଛି ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ଫାଇନାଲ Puerto Ricoରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ ସ୍ଥଗିତ ରଖାଯାଇଛି।
ପଜିଟିଭ ଚିହ୍ନଟ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଭାରତୀୟ ସୁନ୍ଦରୀ ମାନସା ବାରାଣସୀ ବି ଅଛନ୍ତି। ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରତିଯୋଗୀ, କ୍ରୁ, ଷ୍ଟାଫ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ୯୦ ଦିନ ମଧ୍ୟରେ ଫାଇନାଲ ପାଇଁ ତାରିଖ ଘୋଷଣା କରାଯିବ।
ରିପୋର୍ଟ ଅନୁସାରେ, ପ୍ରତିଯୋଗୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦୨୦ ମିସ୍ ଇଣ୍ଡିଆ ମାନସା ବି ରହିଛନ୍ତି। ମିସ୍ ୱାର୍ଲ୍ଡ ସିଇଓ ଜୁଲିଆ ମୋରଲେୟ କହିଛନ୍ତି, “ସ୍ୱାସ୍ଥ୍ୟ ଅଧିକାରୀ ଓ ପରାମର୍ଶଦାତା ଗ୍ରୀନ ସିଗ୍ନାଲ ଦେବା ପରେ ପ୍ରତିଯୋଗୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ଦେଶକୁ ଫେରିବାକୁ ଅନୁମତି ମିଳିବ। ଆମେ ଆମ ପ୍ରତିଯୋଗୀମାନଙ୍କୁ ଖୁବଶୀଘ୍ର ଫେରିପାଇବାକୁ ଆଶା ରଖିଛୁ। ସେମାନେ ପୁଣିଥରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇ ନିଜର ଯାଦୁ ଦେଖାଇପାରିବେ।”
View this post on Instagram
୨୩ ବର୍ଷୀୟ ମାନସା ୭୦ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ସେ ଏହାକୁ ଜିତିବାର ସମ୍ଭାବନା ମଧ୍ୟ ରହିଛି। ୨୦୨୯ରେ ଜାମାଇକାର ଟୋନି-ଆନ ସିଂହ ମିସ୍ ୱାର୍ଲ୍ଡ ହୋଇଥିଲେ। ନିକଟରେ ଶେଷ ହୋଇଥିବା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ହାରନାଜ କୌର ସାନ୍ଧୁ ବାଜିମାତ କରିଥିଲେ।
The post କରୋନା ପାଇଁ ଅଟକିଲା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାଲ, ଭାରତୀୟ ସୁନ୍ଦରୀ ମାନସା ବି ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3F3we5W
No comments:
Post a Comment