ମୁମ୍ବାଇ: ଏକ ରୟାଲ ମ୍ୟାରେଜ ସେରିମନିରେ ରାଜସ୍ଥାନରେ ହାତଗଣ୍ଠି ଫେରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ଭିକଟ୍ରିନା ଯୋଡ଼ି। ଉଭୟ ହାତକୁ ହାତ ଯୋଡ଼ି ମିଡିଆ ସାମନାରେ ପ୍ରଥମ ଥର ପାଇଁ ପୋଜ ଦେଇଥିବା ବେଳେ ଏବେ ଇନଷ୍ଟାଗ୍ରାମ୍ରେ ନିଜ ପ୍ରୋଫାଇଲ ଫଟୋ ଚେଞ୍ଜ କରିଛନ୍ତି କ୍ୟାଟ୍ରିନା। ଏହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି।
ଇନଷ୍ଟା ଫଟୋରେ କ୍ୟାଟ୍ରିନା ନିଜ ସିଙ୍ଗଲ ଫଟୋ ହଟାଇ ଭିକିଙ୍କ ସହ ରୋମାଣ୍ଟିକ ଅନ୍ଦାଜର ଏକ ଫଟୋ ଶେଆର କରିଛନ୍ତି। ଏହା ବିବାହ ବେଳର ଏକ କ୍ୟାଣ୍ଡିଡ ଫଟୋ ହୋଇଥିବା ବେଳେ ଏଥରେ ଉଭୟ କ୍ୟାଟ୍ ଓ ଭିକି ପରସ୍ପରକୁ ପ୍ରେମଭରା ଚାହାଣିରେ ଅନାଇଛନ୍ତି। କ୍ୟାଟ୍ରିନା ନିଜ ଡିପି ଚେଞ୍ଜ କରିବା ପୂର୍ବରୁ ଉଭୟ ଭିକି ଓ କ୍ୟାଟ୍ ଏହାକୁ ନିଜ ଇନଷ୍ଟାଗ୍ରାମ୍ରେ ଶେଆର କରିଥିଲେ। ପ୍ରୋଫାଇଲ ନିଜ ଇନଷ୍ଟା ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିବା ପରେ ଏବେ କେବେ ସେ ସରନେମ ବଦଳାଉଛନ୍ତି ତାହା ଉପରେ ରହିଛି ଫ୍ୟାନ୍ସଙ୍କ ନଜର।
ଭିକିଙ୍କ ସହ ସମ୍ପର୍କକୁ ନେଇ କ୍ୟାଟ୍ରିନା କେବେ ବି ମିଡିଆ ସମ୍ମୁଖରେ ମୁହଁ ଖୋଲି ନ ଥିଲେ। ରାଜସ୍ଥାନରେ ଉଭୟଙ୍କ ହାତଗଣ୍ଠି ପଡ଼ିବା ପରେ ଏବ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ ଆୟୋଜନକୁ ଅପେକ୍ଷା । ଆସନ୍ତା ୨୦ ତାରିଖରେ ତାରକା ହୋଟେଲ ଜେଡବ୍ଲ୍ୟୁ ମେରିୟଟରେ ଉଭୟଙ୍କ ରିସେପସନ ଆୟୋଜିତ ହେବ । ଏଥିରେ ବଲିଉଡର ବହୁ ବଡ଼ ସେଲିବ୍ରିଟି ଯୋଗ ଦେବେ ବୋଲି ସୂଚନା ମିଳିଛି।
ନିଜ ରିସେପସନରେ କ୍ୟାଟ୍ରିନା ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ଆଉଟଫିଟରେ ନଜର ଆସିବେ। ଏପର୍ଯ୍ୟନ୍ତ ବିବାହର ସବୁ ସେରିମନିରେ ସେ ସବ୍ୟସାଚଚୀଙ୍କ ଆଉଟଫିଟରେ ନଜର ଆସିଛନ୍ତି।
ମୁମ୍ବାଇରେ ଏବେ କରୋନା କାୟା ମେଲାଇ ଚାଲିଥିବା ବେଳେ ସମସ୍ତଙ୍କୁ ଘାରିଛି କରୋନା ଭୟ । ତେଣୁ ଭିକଟ୍ରିନାଙ୍କ ବିବାହୋତ୍ସବରେ ଯୋଗ ଦେବାକୁ ଇଚ୍ଛୁକ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ
The post ଇନଷ୍ଟାରେ ଡିପି ଚେଞ୍ଜ କଲେ କ୍ୟାଟ୍, ହଟାଇଲେ ସିଙ୍ଗଲ ଫଟୋ appeared first on Odisha Reporter.
from Odisha Reporter https://ift.tt/3IZhbMY
No comments:
Post a Comment