ଆବଶ୍ୟକ ସାମଗ୍ରୀ: ଗୁଜୁରାତି ଗୁଣ୍ଡ, କେଶର, ଫୁଡ୍ କଲ୍ର, ଚିନି, ମଇଦା, ଗୁଆ ଘିଅ, ପାନମଧୁରି, ବେକିଂ ପାଉଡ, ଦହି, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ବାଲୁସାହି ପାଇଁ ପ୍ରଥମେ ସିରା ପ୍ରସ୍ତୁତ କରନ୍ତୁ। ସେଥିପାଇଁ କରେଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେବାପରେ ସେଥିରେ ଚିନି ପକାନ୍ତୁ। ପରେ ସେଥିରେ ଗୁଜୁରାତି ଗୁଣ୍ଡ, କେଶର ଓ କଲ୍ର ପକାଇ ଗୋଳାଇ ଦିଅନ୍ତୁ। ଶିରାଟି ହାତକୁ ଅଠାଳିଆ ଲାଗିଲେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ।
ବାଲୁସାହି ତିଆରି କରିବା ପାଇଁ ଏବେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ କିଛି ଗୁଆ ଘିଅ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଦହି, ପାନମଧୁରି, ବେକିଂ ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ତାକୁ ଅଟା ପରି ଚକଟି ତାକୁ କିଛି ସମୟ ଢାଙ୍କି ରଖି ଦିଅନ୍ତୁ। ପରେ ତାକୁ ବାଲୁସାହି ସେପରେ ଗଢ଼ି ଏକ ପାତ୍ରରେ ରଖନ୍ତୁ।
ତା‘ପରେ କରେଇ ତେଲ କରନ୍ତୁ। ତେଲ ଗରମ ହେବା ପରେ ବାଲୁସାହିକୁ ତେଲରେ ପକାଇ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାଙ୍କୁ କାଢ଼ି ସିରାରେ ପକାଇ ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ସିରାରେ ପକାଇ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ବାଲୁସାହି।
The post ନୂଆବର୍ଷରେ ଘରେ ତିଆରି କରନ୍ତୁ ବାଲୁସାହି appeared first on Odisha Reporter.
from Odisha Reporter https://ift.tt/3zb8Px9
No comments:
Post a Comment