ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ୬୩ ନମ୍ବର ରାଜ୍ୟ ରାଜପଥର ଜିନ୍ଦଲ ମେଟେରିଆଲ ଗେଟ୍ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ଏକ କାର୍ ସାମନା ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ଟ୍ରକ୍ରେ କେହି ନ ଥିବା ବେଳେ କାର୍ରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ଦୁଇ ମୃତ୍ୟୁ ହୋଇଛି। କାର୍ରେ ଥିବା ଆଉ ଜଣେ ଗୁରୁତର ହୋଇଛନ୍ତି।
ଜଣେ ମୃତକଙ୍କ ଘର ଜରାସିଙ୍ଗା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଛେଣ୍ଡିପଦାରେ ବୋଲି ଜଣାପଡ଼ିଛି। ଆହତଙ୍କୁ ଆମ୍ରି ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ଛେଣ୍ଡିପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାର୍ରେ ୩ ଜଣ ଅନୁଗୋଳ ଅଭିମୁଖେ ଯାଉଥିଲେ। କାର୍ଟି ୬୩ ନମ୍ବର ରାଜ୍ୟ ରାଜପଥର ଜିନ୍ଦଲ ମେଟେରିଆଲ ଗେଟ୍ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ଆଖି ବୁଜିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ସମୟରେ ଟ୍ରକ୍ରେ ଡ୍ରାଇଭର ଓ ହେଲପର ନ ଥିଲେ ।
The post ରାସ୍ତାରେ ଛିଡ଼ା ହୋଇଥିଲା ଟ୍ରକ୍, ପିଟି ଦେଲା କାର୍ appeared first on Odisha Reporter.
from Odisha Reporter https://ift.tt/3olUjPc
No comments:
Post a Comment