ଭୁଲ ନମ୍ବର ଓ ଠିକଣା ଦେଇ ପ୍ରଶାସନକୁ ଠକି ଦେଲେ ୧୩ ବିଦେଶ ଫେରନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

ଭୁଲ ନମ୍ବର ଓ ଠିକଣା ଦେଇ ପ୍ରଶାସନକୁ ଠକି ଦେଲେ ୧୩ ବିଦେଶ ଫେରନ୍ତା

ଲକ୍ଷ୍ନୌ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଭୟ ଭିତରେ ବିଦେଶ ଫେରନ୍ତାଙ୍କ ମନମାନୀ ସାମ୍ନାକୁ ଆସିଛି। ଓମିକ୍ରନ ଭାରିଏଣ୍ଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖୁଛନ୍ତି। ହେଲେ ଉତ୍ତର ପ୍ରଦେଶର ମୀରଟରେ ଅଭାବନୀୟ ଘଟଣା ଘଟିଛି।

ବିଦେଶରୁ ଏଠାକୁ ଆସିଥିବା ୨୯୭ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରଶାସନକୁ ଭୁଲ ଫୋନ ନମ୍ବର ଓ ଠିକଣା ଦେଇ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ପ୍ରଶାସନ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନଙ୍କ ସହ ଏଯାଏ କୌଣସି ସମ୍ପର୍କ ସ୍ଥାପନ ହୋଇ ପାରି ନଥିବା ଜିଲ୍ଲା ମୁଖ୍ୟ ମେଡିକାଲ ଅଧିକାରୀ କହିଛନ୍ତି।

ମୁଖ୍ୟ ମେଡିକାଲ ଅଧିକାରୀ ଅଖିଲେଶ ମୋହନ କହିଛନ୍ତି, ୧୩ ଜଣଙ୍କୁ ଠାବ କରିବା ପାଇଁ ପ୍ରାୟସ ଚାଲିଛି। ଅଧିକାରୀମାନେ ସେମାନଙ୍କୁ ଘରକୁ ଯାଇଛନ୍ତି। ସେଠାରୁ ସେମାନେ ମିଳିବା ପରେ ଟେଷ୍ଟ କରାଯିବ। କାରଣ ଏମାନେ ଟେଷ୍ଟ କରି ମୀରଟ ଆସିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

ଅଧିକାରୀମାନେ ସେମାନଙ୍କୁ ଯଦି ଘରେ ନ ପାଇବେ, ତା’ହେଲେ ସ୍ଥାନୀୟ ଗୁଇନ୍ଦା ୟୁନିଟକୁ ସେମାନଙ୍କୁ ଠାବ କରିବା ପାଇଁ କୁହାଯିବ। ୨୯୭ ଜଣ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୧୩ ଜଣ ନିଜ ଭୁଲ ଫୋନ ନମ୍ବର ଓ ଠିକଣା ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି। ଆମକୁ ନିଖୋଜ ଥିବା ଲୋକମାନେ ଦେଇଥିବା ତଥ୍ୟକୁ ସ୍ଥାନୀୟ ଗୁଇନ୍ଦା ୟୁନିଟକୁ ଦିଆଯାଇଛି। ସେମାନେ ନିଖୋଜ ଲୋକଙ୍କୁ ଖୋଜିବେ ବୋଲି ମୋହନ କହିଛନ୍ତି।

ଅନ୍ୟପକ୍ଷରେ ୨୯୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ତେବେ ନିଖୋଜ ଲୋକଙ୍କ ମଧ୍ୟରେ ରିସ୍କ ଦେଶରୁ କେହି ଫେରନ୍ତା ଅଛନ୍ତି କି ନାହିଁ, ସେକଥା ଅଧିକାରୀ ଜଣଙ୍କ କିଛି ବି କହିନାହାନ୍ତି। ତେଣୁ ବିଦେଶ ଫେରନ୍ତା ଏପରି ନିଖୋଜ ହୋଇଯିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

କେବଳ ଉତ୍ତର ପ୍ରଦେଶ ନୁହେଁ, କର୍ଣ୍ଣାଟକାରେ ୧୦ରୁ ଅଧିକ ଓ ଆନ୍ଧ୍ର ପ୍ରଦେଶରେ ପ୍ରାୟ ୩୦ ଜଣ ବିଦେଶ ଫେରନ୍ତାଙ୍କ ସହ ପ୍ରଶାସନ ଯୋଗାଯୋଗ କରିବାରେ ବିଫଳ ହୋଇଛି।

The post ଭୁଲ ନମ୍ବର ଓ ଠିକଣା ଦେଇ ପ୍ରଶାସନକୁ ଠକି ଦେଲେ ୧୩ ବିଦେଶ ଫେରନ୍ତା appeared first on Odisha Reporter.



from Odisha Reporter https://ift.tt/3EnjSoP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages