ବର୍ତ୍ତମାନ ସ୍ଥିତିରେ ଟିକା ପ୍ରଭାବହୀନ ହେବାର ଆଶଙ୍କା କଲେ ନୀତି ଆୟୋଗ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 15, 2021

ବର୍ତ୍ତମାନ ସ୍ଥିତିରେ ଟିକା ପ୍ରଭାବହୀନ ହେବାର ଆଶଙ୍କା କଲେ ନୀତି ଆୟୋଗ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭାରିଏଣ୍ଟକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏପରି ସ୍ଥିତିରେ ଓମିକ୍ରନ ବିରୋଧରେ ଟିକା କେତେ ପ୍ରଭାବୀ, ତା’ ଉପରେ ଗବେଷଣା ଚାଲିଛି। କିନ୍ତୁ ଏସବୁ ଭିତରେ ଭାରତର କୋଭିଡ ପ୍ୟାନେଲ ମୁଖ୍ୟ ତଥା ନୀତି ଆୟୋଗ ଅଧ୍ୟକ୍ଷ ଡା ଭିକେ ପଲ୍ ବଡ଼ ଆଶଙ୍କା ପ୍ରକାଶ କରିଛନ୍ତି।

ତାଙ୍କ ମତରେ ଭାରତ ପାଖରେ ଥିବା କରୋନା ଟିକାଗୁଡ଼ିକ ବର୍ତ୍ତମାନ ସ୍ଥିତିରେ ପ୍ରଭାବହୀନ ହେବାର ଯଥେଷ୍ଟ ଭୟ ରହିଛି। ତେଣୁ ଏହା ଉପରେ ବିଚାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସମୟରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଆମ ପାଖରେ ଥିବା ଟିକା ପ୍ରଭାବହୀନ ହେବାର ଆଶଙ୍କା ରହିଛି। ଓମିକ୍ରନ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ଅନେକ ପ୍ରକାରର ସନ୍ଦେହ ଓ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହା ମଧ୍ୟରୁ କିଛି ସତ ମଧ୍ୟ ହୋଇଥାଇ ପାରେ।

ଏବେ ବି ଆମ ସାମ୍ନାକୁ ଓମିକ୍ରନକୁ ନେଇ ଶେଷ ଛବି ଆସିନି। ତେଣୁ ଆମକୁ ଯଥାଶୀଘ୍ର ସବୁ ପ୍ରକାରର ଭାରିଏଣ୍ଟକୁ ମୁକାବିଲା କରିପାରୁ ଥିବା ଟିକାର ଡୋଜ ହାସଲ କରିବାକୁ ପଡ଼ିବ। ଆମକୁ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ।

ବଦଳୁଥିବା ପରିସ୍ଥିତି ସହ ଖାପ ଖୁଆଇଲା ଭଳି ଟିକା ଉପରେ ଆମକୁ କାମ କରିବାକୁ ପଡ଼ିବ। ପ୍ରତି ୩ ମାସରେ ଆମେ କିଛି ବଦଳାଇ ପାରିବା ନାହିଁ। କିନ୍ତୁ ପ୍ରତି ବର୍ଷ ଆମେ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇ ପାରିବା। ତେଣୁ ଦୀର୍ଘକାଳୀନ ଯୋଜନାରେ ଟିକାର ବିକଶତ କରିବାକୁ ହେବ।”

ଡା ପଲ୍‌ ସମସ୍ତଙ୍କୁ ଟିକା ନେବାର ଆବଶ୍ୟକ ସମ୍ପର୍କରେ ମଧ୍ୟ ମତ ଦେଇଛନ୍ତି। କେହି ବି ଟିକାରୁ ଯେମିତି ବଞ୍ଚିତ ନ ହେବେ ଓ ମହାମାରୀକୁ ରୋକିବା ପାଇଁ ବୈଜ୍ଞାନିକ ଗବେଷଣା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ସେ କହିଛନ୍ତି।

The post ବର୍ତ୍ତମାନ ସ୍ଥିତିରେ ଟିକା ପ୍ରଭାବହୀନ ହେବାର ଆଶଙ୍କା କଲେ ନୀତି ଆୟୋଗ ଅଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/3pYVQuj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages