’ନୂଆ ହଷ୍ଟେଲରେ କାହିଁକି ରହୁ ନାହାନ୍ତି ପିଲା, ୩ ଦିନରେ ଷ୍ଟାଟସ ରିପୋର୍ଟ ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 15, 2021

’ନୂଆ ହଷ୍ଟେଲରେ କାହିଁକି ରହୁ ନାହାନ୍ତି ପିଲା, ୩ ଦିନରେ ଷ୍ଟାଟସ ରିପୋର୍ଟ ଦିଅ’

ଢେଙ୍କାନାଳ(ରାଜଶ୍ରୀ ଶତପଥି): ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ନବ ନିର୍ମିତ ହଷ୍ଟେଲରେ ନ ରହି କାହିଁକି ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା ହଷ୍ଟେଲରେ ରହୁଛନ୍ତି ସେ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ହେବା ପରେ ଉଚ୍ଚଶିକ୍ଷା ବିଭାଗ ତତ୍ପର ହୋଇ ଉଠିଛି।  ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଆସନ୍ତା ୩ ଦିନ ଭିତରେ କଲେଜ ଅଧ୍ୟକ୍ଷ ଏ ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ।

ଏହି ଖବର ଓଟିଭିରେ ପ୍ରସାରଣ, ଓଡ଼ିଶା ଖବର ଓ ଓଡ଼ିଶା ରିପୋର୍ଟରର ଡିଜିଟାଲ ମିଡିଆରେ ପ୍ରକାଶ ପାଇଥିବା ବେଳେ ଏହି ଖବରକୁ ସଂଲଗ୍ନ କରି କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ ମାଗିଛି ଉଚ୍ଚଶିକ୍ଷା ବିଭାଗ।

ସୂଚନାଯୋଗ୍ୟ, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର କପିଳାସ ଛାତ୍ରାବାସ -୧ (ପୁରୁଣା ହଷ୍ଟେଲ) ପାଖରେ ତିଆରି ହୋଇଛି ଛାତ୍ରାବାସ-୨।  ୨୦୧୯ ଜାନୁଆରୀ ୪ ତାରିଖରେ ଛାତ୍ରାବାସ-୨ର ଉଦଘାଟନ୍ ହୋଇଥିଲା।  ୪ କୋଟି ୫୮ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ନୂଆ ହଷ୍ଟେଲକୁ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ଏହି ହଷ୍ଟେଲର ଉଦ୍‌ଘାଟନକୁ ଆସନ୍ତା ମାସରେ ୩ ବର୍ଷ ପୂରିବାକୁ ଥିବା ବେଳେ ଏଯାବତ୍ ଏଠାକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ହଷ୍ଟେଲ୍‌କୁ ଜଳ ଯୋଗାଣର ସୁବିଧା ମଧ୍ୟ କରାଯାଇ ନାହିଁ। ଏପରିକି ପିଲାମାନଙ୍କ ପାଇଁ ବେଡ୍‌, ଟେବୁଲ ଓ ଚୌକିର ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଦୂରଦୂରାନ୍ତୁ ପାଠ ପଢ଼ିବାକୁ ଆସୁଥିବା ଶହ ଶହ ଛାତ୍ର ବାଧ୍ୟ ସେହି ଭଙ୍ଗା ଦଦରା ପୁରୁଣା ହଷ୍ଟେଲରେ ରହୁଛନ୍ତି। ଆଉ କେହି କେହି ବାହାରେ ଘର ଭଡ଼ା ନେଇ ରହୁଛନ୍ତି।

ପୁରୁଣା ଛାତ୍ରବାସଟିର କଥା ନ କହିବା ଭଲ। ଏହି ଛାତ୍ରବାସଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତରୁ କଂକ୍ରିଟ୍ ଖସି ରଡ୍‌ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ପିଲାମାନେ ଅଭିଯୋଗ କରିଛନ୍ତି। କେତେବେଳେ ଅଘଟଣ ଘଟିବ କିଛି କହି ହେବନି। କବାଟ, ଝରକା ଭାଙ୍ଗି ଗଲାଣି। ହଷ୍ଟେଲ୍‌ କ୍ୟାଣ୍ଟିନ୍ ଓ ଶୌଚାଳୟଗୁଡ଼ିକର ଅବସ୍ଥା ଭାରି ଶୋଚନୀୟ। ସେଗୁଡ଼ିକ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ।

ନୂଆ ହଷ୍ଟେଲରେ ବାକି ସବୁ ଆନୁସଙ୍ଗିକ ସୁବିଧା କରିବା ପାଇଁ କଲେଜ ଅଧ୍ୟକ୍ଷ ଓ କଲେଜ ଛାତ୍ର ସଂସଦ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳିନି ବୋଲି ଅଭିଯୋଗ ହୋଇଥିଲା। ଏନେଇ ଖବର ପ୍ରସାରଣ ପରେ ଏବେ ତତ୍ପର ହୋଇ ଉଠିଛି ଉଚ୍ଚ ଶିକ୍ଷା ବିଭାଗ ।

The post ’ନୂଆ ହଷ୍ଟେଲରେ କାହିଁକି ରହୁ ନାହାନ୍ତି ପିଲା, ୩ ଦିନରେ ଷ୍ଟାଟସ ରିପୋର୍ଟ ଦିଅ’ appeared first on Odisha Reporter.



from Odisha Reporter https://ift.tt/3GJf51z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages