ଆତଙ୍କୀଙ୍କ ଦ୍ୱାରା ପଣବନ୍ଦୀ ଥିବା ୨ ଝିଅଙ୍କୁ କେମିତି ଉଦ୍ଧାର କଲା ସେନା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

ଆତଙ୍କୀଙ୍କ ଦ୍ୱାରା ପଣବନ୍ଦୀ ଥିବା ୨ ଝିଅଙ୍କୁ କେମିତି ଉଦ୍ଧାର କଲା ସେନା?

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ରେଡୱାନିରେ ଲସ୍କର-ଇ-ତାଏବାର ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଗୁରୁବାର ଏହି ଏନକାଉଣ୍ଟର ଘଟିଥିବା ବେଳେ ପୂରା ଅପରେସନ କେମିତି ଥିଲା, ସେ ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ହାତରୁ ବର୍ତ୍ତିବା ପାଇଁ ନିକଟସ୍ଥ ଗୋଟିଏ ଘରେ ପଶି ଯାଇଥିଲେ।

ଏଥିସହ ୨ ଜଣ ନିରୀହ ଝିଅଙ୍କୁ ପଣବନ୍ଦୀ କରି ସୁରକ୍ଷାକର୍ମୀଙ୍କୁ ବ୍ଲାକମେଲ୍‌ କରିଥିଲେ। କିନ୍ତୁ ଭାରତୀୟ ଯବାନମାନେ ବେଶ ଚାଲାକିର ସହ ଆତଙ୍କୀଙ୍କ କବଳରୁ ୨ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ଦୁଇ ଆତଙ୍କୀଙ୍କୁ ମଧ୍ୟ ଖତମ କରିଛନ୍ତି। ସେନା ବାହିନୀର ଜଣେ ମୁଖପାତ୍ର ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆତଙ୍କବାଦୀ ଦ୍ୱୟ ଗାଁରେ ଥିବା ପ୍ରଥମେ ଗୋଟିଏ ଘରେ ପଶି ଲୁଚିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନେ ଘରେ ରହିଥିବା ୨ ଜଣ ନିରୀହୟ ଝିଅଙ୍କୁ ପଣବନ୍ଦୀ କରି ଦେଇଥିଲେ। ତେବେ ସୁରକ୍ଷାକର୍ମୀମାନେ ଏହି ଚ୍ୟାଲେଞ୍ଜକୁ ବେଶ ସତର୍କତା ସହ ଗ୍ରହଣ କରି ଅପରେସନ ଆରମ୍ଭ କରିଥିଲେ।

ପ୍ରଥମେ ଘରକୁ ଚାରି ପଟୁ ଘେରାଉ କରାଯାଇଥିଲା। ଏହାପରେ ସୁଯୋଗ ଦେଖି ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଭାବେ ଦୁଇ ଝିଅଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ଝିଅ ଦ୍ୱୟ ଉଦ୍ଧାର ହୋଇ ସେମାନଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଯାକ ଆତଙ୍କୀ ଟଳିଥିଲେ। ସେମାନଙ୍କ ନିକଟରୁ ଏକେ ସିରିଜ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ ହୋଇଛି। ଏହି ଅପରେସନରେ ଜମ୍ମୁ-କଶ୍ମୀର ପୁଲିସ୍‌, ଆର୍ମିର ୧ ଆରଆର ଯବାନ, ସିଆରପିଏଫ ଯବାନ ସାମିଲ ଥିଲେ।

ବୁଧବାର ସନ୍ଧ୍ୟାରେ ହିଁ ରେଡୱାନି ବାଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଗୁରୁବାର ସକାଳୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ନିହତ ଆତଙ୍କବାଦୀ ଦ୍ୱୟ ହେଲେ ଆମୀର ବସିର ଦାର ଓ ଅଦିଲ ୟୁସୁଫ ଶାନ। ସେମାନଙ୍କ ମୃତଦେହକୁ ଘଟଣାସ୍ଥଳରୁ ଜବତ କରାଯାଇଥିବା ମୁଖପାତ୍ର ଜଣଙ୍କ କହିଛନ୍ତି।

The post ଆତଙ୍କୀଙ୍କ ଦ୍ୱାରା ପଣବନ୍ଦୀ ଥିବା ୨ ଝିଅଙ୍କୁ କେମିତି ଉଦ୍ଧାର କଲା ସେନା? appeared first on Odisha Reporter.



from Odisha Reporter https://ift.tt/30y6wr4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages