ଇଞ୍ଜେକସନ ଲୁଚାଇ ନର୍ସ ଦେଇଦେଲେ ଡିଷ୍ଟିଲ ୱାଟର, ତାତିଲେ ରୋଗୀଙ୍କ ସମ୍ପର୍କୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

ଇଞ୍ଜେକସନ ଲୁଚାଇ ନର୍ସ ଦେଇଦେଲେ ଡିଷ୍ଟିଲ ୱାଟର, ତାତିଲେ ରୋଗୀଙ୍କ ସମ୍ପର୍କୀୟ

ବାସୁଦେବପୁର(କିରୀଟି ଦାସ): ଇଞ୍ଜେକସନ ବଦଳରେ ରୋଗୀଙ୍କୁ ଦେଲେ ଡ଼ିଷ୍ଟିଲ ୱାଟର। ଆଖି ଆଗରେ ଇଞ୍ଜେକସନକୁ ଲୁଚାଇ ରଖିଦେଲେ ନର୍ସ। ଗତ ୩ ଦିନ ଧରି ଚାଲିଥିବା ଏପରି କାରସାଦି ଯୋଗୁ   ଯନ୍ତ୍ରଣା କମୁ ନ ଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏହାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନାରେ ଦେଖାଦେଇଛି ଚାପା ଉତ୍ତେଜନା। କାର୍ଯ୍ୟରତ ନର୍ସଜଣକ ଏପରି ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ ସତ୍ୟ ପଦାକୁ  ଆଣିବେ ପାଇଁ ଥାନାରେ ମାମଲା ରୁଜୁ କରିବାର ଧମକ ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ।

ଅଣ୍ଟାରେ ଯନ୍ତ୍ରଣା ହେବାରୁ ବାସୁଦେବପୁର ପୌରପାଳିକାର ନ୍ୟୁଇଣ୍ଡିଆ ସାହି ଗ୍ରାମର ୮୪ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଗତ ୧୩ତାରିଖରେ ପରିବାର ଲୋକ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ୫ ଦିନ ପାଇଁ ତାଙ୍କୁ ଗୋଟିଏ ଲେଖା ଇଂଜେକସନ ଦେବାକୁ  ଡାକ୍ତର ପରାମର୍ଶ ଦେଇଥିଲେ ।  ଏହାପରେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟ ପ୍ରତିଦିନ ଡାକ୍ତରଖାନାକୁ ଆଣି କାର୍ଯ୍ୟରତ ନର୍ସଙ୍କଠାରୁ ଏହି ଇଂଜେକସନ ଦେଉଥିଲେ ।

ଇଞ୍ଜେକସନ ବଦଳରେ ଡିଷ୍ଟିଲ ୱାଟର ନେଇଥିବା ରୋଗୀଜଣକ ।

ଚତୁର୍ଥ ଦିନର ଇଂଜେକସନ ନେବାକୁ ନଗେନ୍ଦ୍ର ତାଙ୍କ ପୁଅ ସହ ସନ୍ଧ୍ୟାରେ ଡାକ୍ତରଖାନାକୁ ଆସିଥିଲେ । ହେଲେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ୱାଟରକୁ ଶିରିଞ୍ଜରେ ପୁରାଇ ରୋଗୀକୁ ଦେଇ ଦେଇଥିବା ଆଭିଯୋଗ କରିଛନ୍ତି ତାଙ୍କ ପୁଅ ।  ଏହି ଖବର ପ୍ରଚାରିତ ହେବା ପରେ  ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା ।

ତେବେ ଘଟଣା ସମ୍ପର୍କରେ କାର୍ଯ୍ୟରତ ନର୍ସ ଅସ୍ୱୀକାର କରିଛନ୍ତି  । ଡାକ୍ତରଖାନା ଦାୟୀତ୍ୱରେ ଥିବା ମେଡିକାଲ ଅଫିସର ଏ ସମ୍ପର୍କରେ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି । ଯଦି ଅଭିଯୋଗ ଆସେ  ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ରୋଗୀଙ୍କ ପୁଅ କହିଛନ୍ତି, ଗତ ୩ ଦିନ ଧରି ଇଞ୍ଜେକସନ ଦେବା ସତ୍ତ୍ୱେ ବାପାଙ୍କ ଯନ୍ତ୍ରଣା କମୁନି। ତେଣୁ ଚତୁର୍ଥ ଦିନ ମୁଁ ତାଙ୍କ ସହ ଡାକ୍ତରଖାନା ଆସିଥିଲି। ସେଠାରେ ମୋ ଆଖି ଆଗରେ ନର୍ସଜଣକ ଇଞ୍ଜେକସନ ବଦଳରେ କେବଳ ଡିଷ୍ଟିଲ ୱାଟର ଦେଲେ ।  ହେଲେ ପଚାରିବାରୁ ମାନିଲେ ନାହିଁ। ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଦାବି କରିଛି।  ଏ ନେଇ ଏଫଆଇଆର ଦେବୁ।

The post ଇଞ୍ଜେକସନ ଲୁଚାଇ ନର୍ସ ଦେଇଦେଲେ ଡିଷ୍ଟିଲ ୱାଟର, ତାତିଲେ ରୋଗୀଙ୍କ ସମ୍ପର୍କୀୟ appeared first on Odisha Reporter.



from Odisha Reporter https://ift.tt/3yBrBO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages