ସିଡିଏସ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ସଞ୍ଜୟ ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 10, 2021

ସିଡିଏସ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଯେଉଁଭଳି ଭାବେ ହେଲିକପ୍ଟର କ୍ରାଶ ହେଲା, ତା’ହା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, “ଜେନେରାଲ ରାୱତ ଚାଇନା ଓ ପାକିସ୍ତାନ ବିରୋଧରେ ଦେଶର ପ୍ରତିରକ୍ଷା ରଣନୀତିକୁ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେତେବେଳେ ବି ହଠାତ୍ ଏପରି କିଛି ଦୁର୍ଘଟଣା ଘଟେ, ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।

ଜେନେରାଲ ରାୱତ ଓ ଅନ୍ୟମାନଙ୍କୁ ନେଇ ଯାଉଥିବା ହେଲିକପ୍ଟର ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିଲା। ସେଥିରେ ଡବଲ ଇଞ୍ଜିନ ମଧ୍ୟ ଲାଗିଥିଲା। ସେନା ବାହିନୀକୁ ଆମେ ଅତ୍ୟାଧୁନିକ କରୁଥିବା ଦାବି କରୁଛେ। କିନ୍ତୁ କେମିତି ଏତେ ବଡ଼ ଘଟଣା ଘଟିଲା? ଦୁର୍ଘଟଣା ପରେ ପୂରା ଦେଶ ଚକିତ ହୋଇଛି।

ସମସ୍ତଙ୍କ ମନରେ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ପ୍ରତିରକ୍ଷା ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଲୋକଙ୍କ ସବୁ ସନ୍ଦେହକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଜରୁରୀ।” ଏହାବାଦ ସଞ୍ଜୟ ରାଉତ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ ବେଳେ ଜେନେରାଲ ବିପିନ ରାୱତ ଗ୍ରହଣ କରିଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର୍‌ରେ ତାମିଲନାଡୁର ୱେଲିଂଟନ ସ୍ଥିତ ଗୋଟିଏ କଲେଜକୁ ଯାଉଥିଲେ। ତେବେ କୁନ୍ନୁର ନିକଟରେ ତାଙ୍କ ହେଲିକପ୍ଟର କ୍ରାଶ ହୋଇଯାଇଥିଲା। ଏଥିରେ ଜେନେରାଲ ରାୱତ ଓ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଜୀବନ ଯୁଦ୍ଧରେ ଲଢ଼େଇ କରୁଛନ୍ତି।

The post ସିଡିଏସ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ସଞ୍ଜୟ ରାଉତ appeared first on Odisha Reporter.



from Odisha Reporter https://ift.tt/3EI8vrR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages