ଦିନିକିଆ ଅଧିନାୟକ ହେବା ପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 10, 2021

ଦିନିକିଆ ଅଧିନାୟକ ହେବା ପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା

ମୁମ୍ବାଇ: ବିରାଟ କୋହଲିଙ୍କ ବଦଳରେ ବିସିସିଆଇ ରୋହିତ ଶର୍ମାଙ୍କୁ ଉଭୟ ଦିନିକିଆ ଓ ଟି-୨୦ ଟିମ୍‌ର ଅଧିନାୟକ ପଦ ଦେଇଛି। ଅଧିନାୟକ ପଦ ମିଳିବା ପରେ ରୋହିତ ଶର୍ମା ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ଏଥିସହ କ୍ୟାପ୍ଟେନ ଭାବେ ତାଙ୍କ ରଣନୀତି କ’ଣ ହେବ, ସେକଥା ମଧ୍ୟ କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରୋହିତ କହିଛନ୍ତି, ଟିମର ସ୍ୱାର୍ଥ ଦୃଷ୍ଟିରୁ ଉଚିତ ସମୟରେ ଠିକ୍‌ ଖେଳାଳିଙ୍କୁ ଚୟନ କରିବା ହିଁ କ୍ୟାପ୍ଟେନର ପ୍ରମୁଖ କାମ। ଟିମ୍‌ର କମ୍ବିନେସନ ଉପରେ ସବୁବେଳେ ଜଣେ କ୍ୟାପ୍ଟେନର ନଜର ରହିଥାଏ। ଏହାବାଦ କିଛି ଟାଟିକାଲ ବିଷୟରେ ମଧ୍ୟ କାମ କରିବାକୁ ପଡ଼ିଥାଏ। ତେଣୁ ଉଚିତ ଖେଳାଳି, ଉପଯୁକ୍ତ କମ୍ବିନେସନ ଓ ଟାଟିକାଲ ବିଷୟ ହିଁ ଜଣେ କ୍ୟାପ୍ଟେନର ମୁଖ୍ୟ କାମ ବୋଲି ରୋହିତ କହିଛନ୍ତି।

ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ତ ୫ଥର ଟ୍ରଫି ଜିତିଛି। ଏହି କାରଣ ପାଇଁ ବିସିସିଆଇ ତାଙ୍କୁ ଟିମ ଇଣ୍ଡିଆର ସୀମିତ ଓଭର କ୍ୟାପ୍ଟେନ କରିଛି। ରୋହିତ କହିଛନ୍ତି, “ପ୍ରଦର୍ଶନର ସମୟ ଆସିଲେ କ୍ୟାପ୍ଟେନ ଦଳର ସବୁ ଖେଳାଳିଙ୍କ ତୁଳନାରେ ଆଗରେ ରହିବା ଦରକାର। କ୍ୟାପ୍ଟେନର ପ୍ରଦର୍ଶନ ଭଲ ରହିଲେ, ଏହାର ପ୍ରଭାବ ବାକି ଖେଳାଳିଙ୍କ ଉପରେ ମଧ୍ୟ ପଡ଼ିଥାଏ।

ପ୍ରଦର୍ଶନକୁ ଛାଡ଼ି ଦେଲେ ବାକି ସବୁ କଥାରେ କ୍ୟାପ୍ଟେନ ପଛରେ ରହିବା ଉଚିତ। କାରଣ ପଛରେ ଛିଡ଼ା ହେଲେ କ୍ୟାପ୍ଟେନ ଜଣଙ୍କ ସବୁ କିଛି ଦେଖିପାରିବ। ଏଥିସହ ସମସ୍ତଙ୍କୁ ଏକାଠି କରି ଆଗକୁ ନେଇପାରିବ। ଦଳର ପ୍ରତି ସମସ୍ତ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଶେଷ ବ୍ୟକ୍ତି ଭାବେ କ୍ୟାପ୍ଟେନ ଛିଡ଼ା ହୋଇଥିବାରୁ ସମସ୍ତଙ୍କ ଆତ୍ମବଳ ବଢ଼ିପାରିବ।”

କାମଚଳା ଅଧିନାୟକ ଭାବେ ରୋହିତଙ୍କ ୩୨ ଥର ଭାରତର ନେତୃତ୍ୱ ନେଇଥିଲେ। ଏହି ୩୨ ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ୨୬ଟିରେ ଜିତିଛି। ରୋହିତଙ୍କ କ୍ୟାପ୍ଟେନଶିପ୍‌ରେ ଭାରତ ନିଦାଶ ଟ୍ରଫି ଓ ୨୦୧୮ ଏସିଆ କପ ମଧ୍ୟ ଜିତିଥିଲା। ରୋହିତ ଆହୁରି କହିଛନ୍ତି, “କ୍ୟାପ୍ଟେନ ଭାବେ ମୋ କାମ ପଡ଼ିଆ ଭିତର ଅପେକ୍ଷା ପଡ଼ିଆ ବାହାରେ ଅଧିକ। ପଡ଼ିଆକୁ ଯିବାକୁ ଚାହୁଁଥିବା ଖେଳାଳିଙ୍କୁ ଉପଯୁକ୍ତ ଦାୟିତ୍ୱ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ପଡ଼ିଆ ବାହାରେ ହିଁ ସମ୍ଭବ।

ଆପଣ ଥରେ ପଡ଼ିଆକୁ ଓହ୍ଲାଇଲେ ଆପଣଙ୍କ ପାଖରେ ମାତ୍ର ୩ ଘଣ୍ଟାର ସମୟ ଥାଏ। ଏହି ସମୟରେ ଖେଳାଳିଙ୍କ ଭିତରେ ଆପଣ କେବଳ କିଛି ପରିବର୍ତ୍ତନ କରିପାରିବେ। ମ୍ୟାଚରେ ୧୧ ଜଣ ଖେଳାଳି ରୁହନ୍ତି। ତେଣୁ ଅଧିନାୟକ ଭାବେ ଆପଣଙ୍କୁ ସବୁ ଖେଳାଳିଙ୍କୁ ଦେଖିବା ପଡ଼ିବ। ପଡ଼ିଆରେ ଆପଣ ଅଧିକ କିଛି ପରିବର୍ତ୍ତନ କରିପାରିବେ ନାହିଁ।”

ଆସନ୍ତାବର୍ଷ ଭାରତ ତା’ର ଦିନିକିଆ ଅଭିଯାନ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ଆରମ୍ଭ କରିବ। ଏହି ସମୟରେ ହିଁ ରୋହିତଙ୍କ ଅଧିନାୟକ କ୍ୟାରିୟର ଆରମ୍ଭ ହେବ।

The post ଦିନିକିଆ ଅଧିନାୟକ ହେବା ପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା appeared first on Odisha Reporter.



from Odisha Reporter https://ift.tt/3dDjRBn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages