ନୂଆଦିଲ୍ଲୀ: ସଂସଦ ଟିଭିରେ ଏକ ସୋରେ ଆଙ୍କରିଂ କରୁଥିବା ପ୍ରିୟଙ୍କା ଚତୁର୍ବେଦୀ ଇସ୍ତଫା ଦେଇଛନ୍ତି। ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ମୌସୁମୀ ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ବିଶୃଙ୍ଖଳା ଆଚରଣ ପାଇଁ ପ୍ରିୟଙ୍କାଙ୍କ ସମେତ ୧୨ ଜଣ ଏମପିଙ୍କୁ ନିଲମ୍ବିତ କରାଯାଇଥିଲା।
ତେବେ ସଂସଦ ଟିଭିରେ ଆଙ୍କରିଂ ଛାଡ଼ିବା ନେଇ ପ୍ରିୟଙ୍କା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ମର୍ମାହତ ଥିବା ସହ ସଂସଦ ଟିଭିରୁ ‘ମେରୀ କାହାନୀ’ ସୋରୁ ଆଙ୍କର ଭାବେ ଇସ୍ତଫା ଦେଇଛି। ସଂସଦରୁ ବଳପୂର୍ବକ ଭାବେ ମୋତେ ନିଲମ୍ବନ କରାଯାଇ ଥିବାରୁ ମୁଁ ଆଉ ସଂସଦ ଟିଭିରେ ଜାଗା ନେବାକୁ ଚାହୁଁ ନାହିଁ। ଯଦିଓ ଉକ୍ତ ସୋ ପ୍ରତି ପ୍ରତିବଦ୍ଧ ଥିଲି ତଥାପି କାର୍ଯ୍ୟକ୍ରମରୁ ଅବ୍ୟାହତି ନେଉଛି ବୋଲି କହିଛନ୍ତି। ଅଗଷ୍ଟରେ ପୂର୍ବ ଅଧିବେଶନରେ ହୋଇଥିବା ବିଶୃଙ୍ଖଳା ଆଚରଣ ପାଇଁ ଶୀତ ଅଧିବେଶନ ଆରମ୍ଭରୁ ପ୍ରିୟଙ୍କାଙ୍କ ସମେତ ୧୨ ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ନିଲମ୍ବିତ କରାଯାଥିଲା।
ସମ୍ପୃକ୍ତ ଏମପି ମାନେ ବାକିଥିବା ଚଳିତ ଶୀତ ଅଧିବେଶନରେ ଗୃହ କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ। ବିରୋଧୀ ଦଳ ଏହି ନିଲମ୍ବନକୁ ଅଗଣତାନ୍ତ୍ରିକ ତଥା ଉପର ଗୃହର ସମସ୍ତ ନିୟମ ଉଲ୍ଲଂଘନ ବୋଲି କହିଛନ୍ତି।
The post ସଂସଦ ଟିଭିରୁ ଆଙ୍କରିଂ ଛାଡ଼ିଲେ ଶିବସେନା ଏମପି appeared first on Odisha Reporter.
from Odisha Reporter https://ift.tt/3xSnYms
No comments:
Post a Comment