‘ଓଡ଼ିଶାରେ ‘ଓମିକ୍ରନ’ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ, ତଥାପି ସତର୍କତା ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

‘ଓଡ଼ିଶାରେ ‘ଓମିକ୍ରନ’ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ, ତଥାପି ସତର୍କତା ଦରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରଡ): ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଭୟ ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ଓମିକ୍ରନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓମିକ୍ରନ ଆକ୍ରାନ୍ତ ଦେଶ ଗୁଡ଼ିକରୁ ଫେରୁଥିବା ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସେ କହିଛନ୍ତି, ନିୟମିତ ଭାବେ ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ତର୍ଜମା କରାଯାଉଛି। କେତେ ଲୋକ ରାଜ୍ୟକୁ ଆସୁଛନ୍ତି, ସବୁ ଜିଲ୍ଲାମାନଙ୍କୁ ଅବଗତ କରାଯାଉଛି। ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂଗରୋଧରେ ରଖିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାତ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ। ପଜିଟିଭ ବାହାରିଲେ, ଜିନମ ସିକ୍ୱେନ୍ସିଂ ମଧ୍ୟ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଶ୍ରୀ ମିଶ୍ର କହିଛନ୍ତି, ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ତେଣୁ ଆମକୁ ଏବେ ସତର୍କ ରହିବାକୁ ପଡ଼ିବ। ଯେଉଁମାନେ ଅନ୍ୟ ଦେଶରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବେ। ସେମାନଙ୍କୁ ସଂଗରୋଧରେ ରହିବାକୁ ନିବେଦନ କରାଯିବ। ଅତିକମରେ ସାତ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ୱ ଅବଜରଭେସନରେ ରହିବାକୁ କୁହାଯାଇଛି। ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ। ଟେଷ୍ଟ ପଜିଟିଭ୍ ଆସିବା ପରେ ଜିନୋମ ସିକ୍ୱେନ୍ସିଂ କରାଯିବ। ଯେଉଁଥିରୁ ଜଣା ପଡ଼ିବ ଯେ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭାରିଏଣ୍ଟ ଅଛି ନା ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି। ଏହା ସତ୍ୟ ଯେ ଓମିକ୍ରନର ସଂକ୍ରମଣ ହାର ଅଧିକ। ନଭେମ୍ବର ୨୪ ପରଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ଦେଶକୁ ବ୍ୟାପିଗଲାଣି। କିନ୍ତୁ ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ସେଠାରେ ସେଠାରେ ଏହି ନୂଆ ଭାରିଏଣ୍ଟରେ ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ। WHO ବି କହୁଛି ଯେ ଏହି ଭାରିଏଣ୍ଟରେ ମୃତ୍ୟୁ ବା ଗୁରୁତର ହାର ବହୁତ କମ। ଟିକା କାମ କରୁଛି ନା ନାହିଁ, ସେ ନେଇ ବି ତଥ୍ୟ ନାହିଁ। ଟିକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟିକା କାମ କରୁଛି। ତେଣୁ ଆତଙ୍କିତ ନ ହୋଇ ଟିକାକରଣ ଜାରି ରଖିବା ସହ କୋଭିଡ୍ ଅନୁରୂପ ନିୟମ ମାନିବାକୁ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି।

The post ‘ଓଡ଼ିଶାରେ ‘ଓମିକ୍ରନ’ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ, ତଥାପି ସତର୍କତା ଦରକାର’ appeared first on Odisha Reporter.



from Odisha Reporter https://ift.tt/3xUTJLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages