ଓଲଟି ପଡ଼ିଲା ସରକାରୀ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 27, 2021

ଓଲଟି ପଡ଼ିଲା ସରକାରୀ ବସ୍‌

ଜୟପୁର (ଓଡ଼ିଶା ରିପୋର୍ଟର): ଓଲଟି ପଡ଼ିଲା ସରକାରୀ ବସ୍। ତେବେ ବର୍ତ୍ତିଗଲେ ଯାତ୍ରୀ। ମାତ୍ର ୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ଏହି ବସ୍‌ଟି ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରିଥିଲା। ଏହା ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।

ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ବସ୍‌ଟି ଉମୁରି ନିକଟରେ ପହଞ୍ଚିଥିବା ବେଳେ ରାସ୍ତାକଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ କୁହୁଡ଼ି ଯୋଗୁ ଏହା ଘଟିଥିବା ଅନୁମାନ କରାଯାଉଛି।

ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।

The post ଓଲଟି ପଡ଼ିଲା ସରକାରୀ ବସ୍‌ appeared first on Odisha Reporter.



from Odisha Reporter https://ift.tt/3qrHu5X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages