ଓମିକ୍ରନରୁ ସୁସ୍ଥ ହେଲେ ୩୧, ହସପିଟାଲରୁ ଡିସ୍‌ଚାର୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 21, 2021

ଓମିକ୍ରନରୁ ସୁସ୍ଥ ହେଲେ ୩୧, ହସପିଟାଲରୁ ଡିସ୍‌ଚାର୍ଜ

ମୁମ୍ବାଇ: ଭାରତରେ ସୋମବାର ୫ଟି ରାଜ୍ୟରେ ୧୯ଟି ନୂଆ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଆଜି ଓଡ଼ିଶାରେ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ଏହି ମାମଲା ୧୭୬ ଛୁଇଁଛି। ବିଷେଶ କରି ବିଦେଶ ଫେରନ୍ତାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ବିଦେଶରୁ ଇନ୍ଦୋରକୁ ଫେରିଥିବା ୬ ଜଣଙ୍କଠାରେ କୋଭିଡ୍ ଭାଇରସ୍ ଚିହ୍ନଟ ହୋଇଛି। ତେବେ ସେମାନଙ୍କ ଜିନୋମ ସିକୁଏନ୍ସ ପାଇଁ ନମୁନା ପଠାଯାଇଛି। ଏହାରି ମଧ୍ୟରେ ଓମିକ୍ରନକୁ ନେଇ ସକରାତ୍ମକ ଖବର ଆସିଛି। ମହାରାଷ୍ଟ୍ରରୁ ୩୧ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ  ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏପର୍ଯ୍ୟନ୍ତ  ମହାରାଷ୍ଟ୍ରରେ ୫୪ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇଛନ୍ତି।

ଏବେ ରାଜ୍ୟରେ ଆକ୍ଟିଭ୍ ମାମଲା ୨୩କୁ ହ୍ରାସ ପାଇଛି। ତେବେ ସୋମବାର ଦିଲ୍ଲୀରେ ଓମିକ୍ରନର ୮ଟି  ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହିତ କର୍ଣ୍ଣାଟକରେ ୫ଟି ଏବଂ କେରଳରେ ୪ଟି ନୂତନ ମାମଲା ରେକର୍ଡ଼ ହୋଇଛି। ଏଥିସହ ରାଜସ୍ତାନ ଏବଂ ଗୁଜରାଟରେ ଦୁଇଟି ଓମିକ୍ରନ୍ ସଂକ୍ରମିତ ମାମଲା ସ୍ପଷ୍ଟ ହୋଇଛି।

ସୋମବାର ଏହି ୫ଟି ରାଜ୍ୟରେ ୧୯ଟି ମାମଲା ରିପୋର୍ଟ ହେବା ପରେ ସମଗ୍ର ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଛି। ତେବେ ଧିରେ ଧିରେ ଏହି ଭ୍ୟାରିଆଣ୍ଟ ପ୍ରଭାବ ବିସ୍ତାର କରୁଥିବାରୁ ଭୟ ଘାରୁଛି। ଏହି ସଂକ୍ରମଣ ହେତୁ ପ୍ରଥମ ମୃତ୍ୟୁ ଆମେରିକାରେ ରେକର୍ଡ ହୋଇଛି। ଏହାପୂର୍ବରୁ ବ୍ରିଟେନରେ ଓମିକ୍ରନ୍‌ରେ ଜଣକର ମୃତ୍ୟୁ ଘଟିଛି। ଏହି ଦୁଇଟି କେସ୍‌ ସହ ସମଗ୍ର ଦେଶରେ ଓମିକ୍ରନ୍ ମୃତ୍ୟୁ ମାମଲା ଦୁଇ ରହିଛି।

The post ଓମିକ୍ରନରୁ ସୁସ୍ଥ ହେଲେ ୩୧, ହସପିଟାଲରୁ ଡିସ୍‌ଚାର୍ଜ appeared first on Odisha Reporter.



from Odisha Reporter https://ift.tt/3FfXLB2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages