ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ଗହଳି ମନା, ଲାଗୁ ହେଲା ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 20, 2021

ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ଗହଳି ମନା, ଲାଗୁ ହେଲା ୧୪୪ ଧାରା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ  ବିବାଦ ମାମଲାରେ ପୁଣି  ଆସିଛି ଟ୍ୱିଷ୍ଟ । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ  ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିବା ବେଳେ ପୁଲିସ୍‌ ପକ୍ଷରୁ ଆଜି ଜାରି ହୋଇଛି ୧୪୪ ଧାରା।

ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ  ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।  ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୁଲିସ୍‌ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି। କେବଳ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଲୋକଙ୍କୁ ଯାଞ୍ଚ କରି ଛଡ଼ା ଯାଉଛି।

ହେଲେ ବିନା କୌଣସି ସୂଚନାରେ ୧୪୪ ଧାରା ଲାଗୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ମାଜିଷ୍ଟ୍ରେଟ ଆସି ନୋଟିସ ଲଗାଇଥିଲେ ଆମେ ଜାଣିଥାନ୍ତୁ। ହେଲେ ଅଚାନକ ପୁଲିସ୍‌ ଏପରି ପଦକ୍ଷେପ ନେବାରୁ ଆମେ ବହୁତ ହଇରାଣ ହେବୁ ବୋଲି ସେ କହିଛନ୍ତି।

ଗତକାଲି ପୁଲିସ୍ ଉପସ୍ଥିତି ସତ୍ତ୍ୱେ ଶତାଧିକ ମହିଳା ଡାକ୍ତର ସୁମିତ ସାହୁଙ୍କ ବ୍ରହ୍ମାନଗରସ୍ଥିତ ଘରର ଗେଟ୍ ଭାଙ୍ଗି ଦେଇଥିଲେ। ଏଥିଯୋଗୁ ଉତ୍ତ୍ୟକ୍ତ ମହିଳା ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ ।  ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍  ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବାରଣ୍ଡାକୁ ଚାଲି ଯାଇଛନ୍ତି।

ଶ୍ୱଶୁର ଘର ବାରଣ୍ଡାରେ ତପସ୍ୱିନୀ ଓ ପ୍ରମିଳା।

ଏହାକୁ ନେଇ ଖୁସି ପ୍ରକଟ କରି ତପସ୍ୱିନୀ କହିଛନ୍ତି, କୋର୍ଟ ତ ନ୍ୟାୟ ଦେଲେ ନାହିଁ, କିନ୍ତୁ ମା, ଉଭଣୀମାନେ ମୋତେ ନ୍ୟାୟ ଦେଇଛନ୍ତି। ସେମାନେ ମୋ ସମର୍ଥନରେ ବାହାରିଛନ୍ତି। ମୋର ଏବେ ବିଶ୍ୱାସ ହେଉଛି ଯେ ମୁଁ ମୋ ଶାଶୂ ଘରେ ପ୍ରବେଶ କରି ପାରିବି। ସମସ୍ତଙ୍କ ଆଶୀର୍ବାଦ ମୋ ସହିତ ରହିଛି। ଏହା ସହିତ ସେ କୋର୍ଟଙ୍କ ଅବମାନନା କରି ନାହାନ୍ତି ବୋଲି କହିଛନ୍ତି। ତପସ୍ୱିନୀ କହିଛନ୍ତି ଯେ ସେ ଗେଟ୍ ଭାଙ୍ଗି ନାହାନ୍ତି। ତାଙ୍କ ଉପରେ ଦୟା କରି ବ୍ରହ୍ମପୁରର ମା’, ଭଉଣୀମାନେ ଆସି ଶ୍ୱଶୁର ଘର ଗେଟ୍ ଭାଙ୍ଗିଛନ୍ତି।

ଅନ୍ୟପକ୍ଷରେ ଗତକାଲି ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ହୋଇଥିବା ବେଳେ କୋର୍ଟ ନିଜ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀ ସନ୍ତୁଷ୍ଟ ନଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ସୁମିତ ନିଖୋଜ ଥିବା ଆମେ କୋର୍ଟଙ୍କୁ ଜଣାଇଛୁ। ସୁମିତ କେଉଁଠି ଅଛନ୍ତି, ନା ପୁଲିସ ଜାଣିଛି ନା ଅନ୍ୟ କେହି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ଯ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି। କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ସେ ନିଷ୍ପତ୍ତି ସେ ନିଜେ ନେବେ।

The post ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ଗହଳି ମନା, ଲାଗୁ ହେଲା ୧୪୪ ଧାରା appeared first on Odisha Reporter.



from Odisha Reporter https://ift.tt/3Efz4DA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages