ପ୍ରଦୂଷଣ ନିୟନ୍ତ୍ରଣ କରିବ ଫ୍ଲାଇଂ ସ୍କ୍ୱାଡ ଓ ଟାସ୍କ ଫୋର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ପ୍ରଦୂଷଣ ନିୟନ୍ତ୍ରଣ କରିବ ଫ୍ଲାଇଂ ସ୍କ୍ୱାଡ ଓ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ପାଇଁ ସରକାର ଗଠନ କରିଥିବା ପ୍ଲାଇଂ ସ୍କ୍ୱାଡ ଓ ଟାସ୍କ ଫୋର୍ସକୁ ଆଜି ସୁପ୍ରିମକୋର୍ଟ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏନଫୋର୍ସମେଣ୍ଟ ଟାସ୍କ ଫୋର୍ସ ଓ ଫ୍ଲାଇଂ ସ୍କ୍ୱାଡ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାରି ହୋଇଥିବା ଗାଇଡଲାଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତା’ର ତଦାରଖ କରିବ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆଜି ଏକଥା ଜଣାଇଛନ୍ତି। ଏହାପରେ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି।

ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ କଡ଼ା ଚେତାବାନୀ ଦେଇଥିଲେ। ଯଦି ସରକାର ପଦକ୍ଷେପ ନ ନେବେ, ତା’ହେଲେ ସର୍ବୋଚ୍ଚ ଅଦାଲତ ବଡ଼ଧରଣର ନିର୍ଦ୍ଦେଶନାମା ଜାରି କରିବେ ବୋଲି କହିଥିଲେ।

ଏହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ଯେ ଗୋଟିଏ ଏନଫୋର୍ସମେଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଗାଇଡଲାଇନକୁ କାର୍ଯ୍ୟକାରୀ କରୁ ନଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରଖିଛି।

ପ୍ରଦୂଷଣ ନିୟନ୍ତ୍ରଣ ଗାଇଡଲାଇନ ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତା’ର ତଦାରଖ କରିବାକୁ ଗୁରୁବାର ୧୭ଟି ଫ୍ଲାଇଂ ସ୍କ୍ୱାଡ ଗଠନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହି ସ୍କ୍ୱାଡ ସଂଖ୍ୟା ୪୦କୁ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ଗଠନ ହୋଇଥିବା ଫ୍ଲାଇଂ ସ୍କ୍ୱାଡ ବର୍ତ୍ତମାନ ସୁଦ୍ଧା ୨୫ଟି ସ୍ଥାନରେ ଅତିର୍କିତ ଯାଞ୍ଚ ମଧ୍ୟ କରିସାରିଛି।

ଅନ୍ୟପକ୍ଷରେ କୋଭିଡ୍‌ ହସ୍ପିଟାଲ ନିର୍ମାଣ କାମକୁ ଅନୁମତି ଦେବାକୁ ଦିଲ୍ଲୀ ସରକାର କରିଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଓମିକ୍ରନ ଭାରିଏଣ୍ଟ ଭାରତରେ ପ୍ରବେଶ କରିଥିବାରୁ ସ୍ୱାସ୍ଥ୍ୟ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ହସ୍ପିଟାଲର ଆବଶ୍ୟକ ରହିଛି। ତେଣୁ ତୁରନ୍ତ ହସ୍ପିଟାଲ ନିର୍ମାଣ କରାଯିବା ଦରକାର ବୋଲି ଦିଲ୍ଲୀ ସରକାର କହିଥିଲେ। ଏହାକୁ ହୃଦୟଙ୍ଗମ କରି ସୁପ୍ରିମକୋର୍ଟ ହସ୍ପିଟାଲ ନିର୍ମାଣ କାମକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଏବେ ବି ଅତ୍ୟନ୍ତ ଗମ୍ଭୀର ରହିଛି। ଏଥିପାଇଁ ଦିଲ୍ଲୀ ସରକାର ଆଜିଠାରୁ ସ୍କୁଲଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଛୁଟି ଘୋଷଣା କରିଛନ୍ତି। କାଲି ସୁପ୍ରିମକୋର୍ଟ ପ୍ରଦୂଷଣର ବିଷୟ ବଳୟ ମଧ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିବାରୁ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

The post ପ୍ରଦୂଷଣ ନିୟନ୍ତ୍ରଣ କରିବ ଫ୍ଲାଇଂ ସ୍କ୍ୱାଡ ଓ ଟାସ୍କ ଫୋର୍ସ appeared first on Odisha Reporter.



from Odisha Reporter https://ift.tt/3dh85fS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages