ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣ ଅଧିକ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମେ ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା ବେଳେ ଏବେ ୩୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଗବେଷଣାରୁ ନୂଆ ତଥ୍ୟ ହାସଲ କରିଛନ୍ତି।

ପ୍ରାଥମିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍ଟା ଓ ବିଟା ତୁଳନାରେ ଓମିକ୍ରନ୍ ଭାରିଆଣ୍ଟରେ ପୁନଃ ସଂକ୍ରମଣ ହେବାର ଆଶଙ୍କା ତିନି ଗୁଣ ଅଧିକ। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦ୍ୱାରା ସଂଗୃହୀତ ତଥ୍ୟକୁ  ଆଧାରିତ କରି ଏପରି ରିପୋର୍ଟ ପ୍ରକାଶ କରାଯାଇଛି। ଏହାକୁ ମେଡିକାଲ୍ ପ୍ରିଣ୍ଟର୍ ସରଭର୍‌ରେ ଅପଲୋଡ୍ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟର ସମୀକ୍ଷା କରାଯାଇ ନାହିଁ।

ନଭେମ୍ବର ୨୭ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ୨୮ ଲକ୍ଷ ଲୋକଙ୍କ ମଧ୍ୟରୁ ୩୫,୬୭୦ ଜଣ ପୁନଃ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କ କରୋନାର ସୁସ୍ଥ ହେବାର ୯୦ ଦିନ ପରେ ରିପୋର୍ଟ ପଜିଟିଭ ଆସେ, ତା’ହେଲେ ଏହାକୁ ପୁନଃ ସଂକ୍ରମଣ ଭାବେ ବିବେଚନା କରାଯାଏ।


ଦକ୍ଷିଣ ଆଫ୍ରିକାର DSI-NRF ସେଣ୍ଟର୍ ଅଫ୍ ଏକ୍ସଲେନ୍ସର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିୟମ୍ ଟ୍ୱିଟ୍ କରି କହିଛନ୍ତି ଯେ ଓମିକ୍ରନ ଡେଲ୍ଟା ଅପେକ୍ଷା ୩ ଗୁଣ ଅଧିକ ପୁନଃ ସଂକ୍ରମଣ କରିବାର କ୍ଷମତା ରଖିଛି। ପ୍ରଥମ ସଂକ୍ରମଣ ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିଙ୍କୁ ଏହା ମାତ୍‌ ଦେଇପାରୁଛି। ଦକ୍ଷିଣ ଆଫ୍ରିକାରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ପୂର୍ବରୁ ୩ଟି ଯାକ ୱେଭ ବେଳେ ମଧ୍ୟ ସଂକ୍ରମିତ ହୋଇଥିଲେ।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତଥାପି ସେମାନଙ୍କୁ ଓମିକ୍ରନ ଆଟାକ କରିବାକୁ ସକ୍ଷମ ହେଉଛି। କେବଳ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ନୁହେଁ, ଟିକା ଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ମଧ୍ୟ ଓମିକ୍ରନ ମାତ ଦେବାର ଆଶଙ୍କା ରହୁଛି। ତଥାପି ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ। ସେହିପରି ଓମିକ୍ରନ ଜଣଙ୍କୁ କେତେ ମାତ୍ରାରେ ଗୁରୁତର କରୁଛି, ତା’ର ମଧ୍ୟ ଅନୁଧ୍ୟାଦନ ଜରୁରୀ ବୋଲି ସେ କହିଛନ୍ତି।

The post ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣ ଅଧିକ appeared first on Odisha Reporter.



from Odisha Reporter https://ift.tt/3xPK88H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages