କେଜ୍ରିୱାଲଙ୍କ ଘର ବାହାରେ ବସିଲେ ସିଦ୍ଧୁ, ଦେଲେ ଓପନ୍‌ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

କେଜ୍ରିୱାଲଙ୍କ ଘର ବାହାରେ ବସିଲେ ସିଦ୍ଧୁ, ଦେଲେ ଓପନ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ପାଖେଇ ଆସୁଛି ପଞ୍ଜାବ ନିର୍ବାଚନ। ଜୋରସୋରରେ ବଢ଼ୁଛି ପ୍ରଚାର ପ୍ରସାର। ସବୁ ଦଳର ନେତାମାନେ ଜିତିବା ପାଇଁ ଆରମ୍ଭ କରିସାରଲେଣି କସରତ। ଆମ ଆଦମୀ ପାର୍ଟିର ନେତାମାନେ ପଞ୍ଜାବରେ ଡେରା ପକାଇଛନ୍ତି । ସେଠାରେ ଏମାନେ ଏକାଠି ହୋଇ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି। କିଛି ଦିନ ତଳେ ପଞ୍ଜାବରେ ଅଧ୍ୟାପକଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ସରକାରଙ୍କୁ ଘେରିଥିଲେ। ଏବେ କେଜ୍ରିୱାଲଙ୍କ ଏହି ରଣନୀତିକୁ ତାଙ୍କ ଉପରେ ହିଁ ଆପଣାଇଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ଦିଲ୍ଲୀର ଅତିଥି ଶିକ୍ଷକଙ୍କ ଧରଣାରେ ସାମିଲ ହୋଇ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି ସେ।

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଅଜି ଅତିଥି ଶିକ୍ଷକଙ୍କ ଧାରଣାରେ ଯୋଗ ଦେଇ କେଜ୍ରିୱାଲଙ୍କ ଘର ବାହାରେ ବସିଛନ୍ତି। ଏଥିସହ ଦିଲ୍ଲୀ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋଙ୍କୁ ସେ ଦେଇଛନ୍ତି ଓପନ୍‌ ଚ୍ୟାଲେଞ୍ଜ। ଯଦି ସାହସ ଅଛି ତେବେ ଏମାନଙ୍କ ପ୍ରଶ୍ନର ଉତ୍ତର ଦିଅ ବୋଲି ସେ କହିଛନ୍ତି।

ଦିଲ୍ଲୀରେ ଶିକ୍ଷକମାନଙ୍କ ପାଇଁ ସେ କେତେ ଚାକିରି ଯୋଗାଇ ଦେଇଛନ୍ତି ବୋଲି କଂଗ୍ରେସ ନେତା ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି। ବାସ୍ତବରେ, କେଜ୍ରିୱାଲ କିଛି ଦିନ ପୂର୍ବରୁ କହିଥିଲେ ଯେ ପଞ୍ଜାବରେ AAP କ୍ଷମତାକୁ ଆସିଲେ ଚୁକ୍ତିଭିତ୍ତିକ ଶିକ୍ଷକମାନେ ନିୟମିତ ହେବେ। ଏହାକୁ ଟାର୍ଗେଟ କରି ସିଦ୍ଧୁ କେଜ୍ରିୱାଲଙ୍କୁ ଏଭଳି ପ୍ରଶ୍ନ ପଚାରିଛନ୍ତି।

ଧରଣାରେ ବସିବା ପୂର୍ବରୁ ସିଦ୍ଧୁ ଟ୍ୱିଟ୍‌ କରି ଦିଲ୍ଲୀର ଶିକ୍ଷା ମଡେଲ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ ଲେଖିଥିଲେ, ‘୨୦୧୫ରେ ଦିଲ୍ଲୀରେ ଶିକ୍ଷକ ପଦବୀ ଖାଲି ଥିଲା, କିନ୍ତୁ ୨୦୨୧ ମସିହାରେ ୧୯,୯୦୭ଟି ପଦବୀ ଖାଲି ପଡିଛି। ଅତିଥି ଅଧ୍ୟାପକମାନଙ୍କ ମାଧ୍ୟମରେ AAP ସରକାର ଖାଲିଥିବା ପଦବୀ ପୂରଣ କରୁଛନ୍ତି। ୨୦୧୫ ମନିଫେଷ୍ଟୋରେ ଆପଣ ଦିଲ୍ଲୀର ୮ ଲକ୍ଷ ନୂତନ ଚାକିରି ଏବଂ ୨୦ଟି ନୂତନ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ସେହି ପ୍ରତିଶ୍ରୁତି କୁଆଡେ ଗଲା, ଚାକିରୀ ଏବଂ କଲେଜଗୁଡ଼ିକ କେଉଁଠାରେ ଅଛି? ଆପଣ ଦିଲ୍ଲୀରେ କେବଳ ୪୪୦ଟି ଚାକିରି ଦେଇଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀର ବେକାରୀ ହାର ପ୍ରାୟ ୫ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।’

ସୂଚନା ମୁତାବକ ଗତ କିଛି ଦିନ ତଳେ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଯାଇଥିଲେ। ସେଠାରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ମଧ୍ୟ ପଞ୍ଜାବ କଂଗ୍ରେସ ମଧ୍ୟ ଟାର୍ଗେଟ କରି କେଜ୍ରିୱାଲଙ୍କୁ ବାଣ ମାରିଥିଲେ।

The post କେଜ୍ରିୱାଲଙ୍କ ଘର ବାହାରେ ବସିଲେ ସିଦ୍ଧୁ, ଦେଲେ ଓପନ୍‌ ଚ୍ୟାଲେଞ୍ଜ appeared first on Odisha Reporter.



from Odisha Reporter https://ift.tt/3rCzAZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages