ପୁଡ୍ଡୁଚେରୀ: ଦେଶରେ ବଢ଼ିଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଭୟ। ଏଯାଏଁ ଦେଶରେ ଓମିକ୍ରନ୍ର ୫ଟି ମାମଲା ସାମ୍ନାକୁ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟଗୁଡିକ ଆଗୁଆ ସତର୍କତ ଅବଲମ୍ବନ କରିଛନ୍ତି। ରବିବାର କେନ୍ଦ୍ରଶାସିତ ଅଞ୍ଚଳ ପୁଡ୍ଡୁଚେରୀରେ ପ୍ରଶାସନ ମଧ୍ୟ ଓମିକ୍ରନ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କ ପାଇଁ କରୋନା ଟିକାକରଣ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ସଙ୍ଗେସଙ୍ଗେ ଲାଗୁ କରାଯିବ।
ପୁଡ୍ଡୁଚେରୀ ପବ୍ଲିକ୍ ହେଲ୍ଥ ଆକ୍ଟ ୧୯୪୩ ମୁତାବକ, ସମସ୍ତେ ଟିକା ନେବା ବାଧ୍ୟତାମୂଳକ। ଯଦି ଏହି ନିର୍ଦ୍ଦେଶରେ ଅବମାନନା ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାପୂର୍ବରୁ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଶନିବାର ଦିନ ପୁଡ୍ଡୁଚେରୀର ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ କହିଥିଲେ। ନିକଟବର୍ତ୍ତୀ ରେଡ୍ଡିଆପାଲୟମ୍ରେ ପଡ଼ିଥିବା ଏକ ସ୍ୱତନ୍ତ୍ର କ୍ୟାମ୍ପ୍ ପରିଦର୍ଶନ କରିବା ସହ ରାଜ୍ୟପାଳ ଘର ଘର ବୁଲି ଲୋକମାନଙ୍କୁ ଟିକା ନେବା ପାଇଁ ପରାମର୍ଶ ଦେଇଥିଲେ।
ଶନିବାର ଦିନ ପୁଡ୍ଡୁଚେରୀରେ କରୋନାର ୨୮ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାପରେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୯,୦୫୬ରେ ପହଞ୍ଚିଯାଇଛି। ଏଥିସହ କରୋନରେ ଆକ୍ରାନ୍ତ ହୋଇ ଜଣେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ମୃତକଙ୍କ ସଂଖ୍ୟା ୧୮୭୫ରେ ପହଞ୍ଚିଛି।
The government of Puducherry makes COVID19 vaccination compulsory in the Union Territory with immediate effect. pic.twitter.com/i87ZhAZFbN
— ANI (@ANI) December 5, 2021
The post ଘାରିଲା ଓମିକ୍ରନ୍ ଭୟ, ଏଣିକି ଟିକା ନେବା ବାଧ୍ୟତାମୂଳକ appeared first on Odisha Reporter.
from Odisha Reporter https://ift.tt/3Ij2HHp
No comments:
Post a Comment