ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରୁ ହୋଇଛି ବଡ଼ ଧରଣର ଲୁଟ୍। ଭୁବନେଶ୍ୱର ଡେଲଟା ଛକରେ ଥିବା ଲକ୍ଷ୍ମୀ ନାରାୟଣ ନାମକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ ହୋଇଛି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ । ଚୋରୀ ସାମଗ୍ରୀ ଭିତରେ ରହିଛି ୧ କେଜି ସୁନା, ୧୦ କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା । ଦୋକନ ମାଲିକ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଲୁଟେରାଙ୍କ ପତ୍ତା ମିଳିପାରିନି।
ଦୋକାନ ମାଲିକଙ୍କ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟାରେ ଦୋକାନ ବନ୍ଦ କରି ତାଙ୍କ ପୁଅ ଘରକୁ ଯାଇଥିଲେ। ରବିବାର ସକାଳେ ପହଞ୍ଚି ଦୋକାନର ମୁଖ୍ୟ ଗେଟ୍ ଓ ସଟର ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ଲୋକ ପହଞ୍ଚି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ଚୋରମାନେ ୧ କେଜି ପାଖାପାଖି ସୁନା, ୧୦ କେଜି ରୁପା ଓ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ହେଲେ ଦୋକାନର ଲକର ଭିତରେ ଥିବା ଜିନିଷ ସୁରକ୍ଷିତ ଥିବା ଜଣାଯାଇଛି।
ତେବେ ଦୋକନ ମାଲିକ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ରାତିରେ ଜୁଏଲାରୀ ସଟର୍ ଓ ଗ୍ରୀଲ୍କୁ ଗ୍ୟାସ କଟରରେ କାଟି ଲୁଟେରାମାନେ ଲୁଟ କରିଥିବା ଜଣାପଡିଛି । ଲୁଟେରାମାନେ ସିସିଟିଭି ତାରକୁ କାଟି ଦେଇଥିବା ବେଳେ ପୁଲିସ୍ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରୁଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି।
ତେବେ ରାଜଧାନୀର ପ୍ରମୁଖ ଛକରେ ଥିବା ଦୋକାନରୁ ଏତେ ବଡ଼ ଧରଣର ଲୁଟ ପରେ ଅନ୍ୟ ବ୍ୟବସାୟୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି ହେଉ ନ ଥିବାରୁ ଲୁଟେରାମାନେ ଉତ୍ପାତ ମଚାଇଥିବା ସେମାନେ ଅଭିଯୋଗ କରିଛନ୍ତି।
The post ରାଜଧାନୀରେ ଲୁଟେରାଙ୍କ ଉତ୍ପାତ: କୋଟିଏ ଟଙ୍କାର ଗହଣା ଲୁଟି ନେଲେ appeared first on Odisha Reporter.
from Odisha Reporter https://ift.tt/3DsUj4u
No comments:
Post a Comment