ବୋମା ବିସ୍ଫୋରଣ କରି ଜେଲ୍‌ରେ ବୈଜ୍ଞାନିକ, ପିଇଦେଲେ ହାର୍‌ପିକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 20, 2021

ବୋମା ବିସ୍ଫୋରଣ କରି ଜେଲ୍‌ରେ ବୈଜ୍ଞାନିକ, ପିଇଦେଲେ ହାର୍‌ପିକ୍‌!

ନୂଆଦିଲ୍ଲୀ: ରୋହିଣୀ କୋର୍ଟ ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୁଲିସ ଗରିଫ କରିଥିବା ଅଭିଯୁକ୍ତ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛି। ଅଭିଯୁକ୍ତ ଡିଆର୍‌ଡିଓ ବୈଜ୍ଞାନିକ ଜଣକ ଜେଲ୍‌ ଭିତରେ ହାର୍‌ପିକ୍‌ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଦାବି ହୋଇଛି। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଲ୍ଲୀ ଆମ୍ବେଦକର ହସ୍ପିଟାଲ ଓ ପରେ ଏମ୍ସ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉକ୍ତ ଅଭିଯୁକ୍ତର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କୁହାଯାଉଛି। ତେବେ ଅଭିଯୁକ୍ତ ବୈଜ୍ଞାନିକ ଜଣକ ହାର୍‌ପିକ୍‌ ପିଇଛନ୍ତି ନା ଆଉ କିଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ବୈଜ୍ଞାନିକ ପଚରାଉଚରା ସହଯୋଗ କରୁନଥିଲେ। ସେ ଲଗାତର ପୁଲିସକୁ ଭୁଆଁ ବୁଲାଉଥିଲେ। ଯେତେବେଳେ ପୁଲିସ ତାଙ୍କୁ ସିସିଟିଭି ଫୁଟେଜ ଦେଖାଇ ଓକିଲ ଡ୍ରେସ୍‌ରେ ତୁମେ ଥିଲ କି ବୋଲି ପ୍ରଶ୍ନ ପଚାରିଥିଲା, ସେଥିରେ ମଧ୍ୟ ସେ ଠିକ୍‌ ଉତ୍ତର ଦେଇନଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ବୈଜ୍ଞେନିକ ଜଣକ କୋର୍ଟ ଭିତରେ ବିସ୍ଫୋରଣ କରିଛି। ଯଦି ଧରାପଡନ୍ତି ତେବେ କ’ଣ କରିବେ ତାହା କ’ଣ କ’ଣ କରିବେ ସେ ନେଇ ମଧ୍ୟ ଯୋଜନା କରିଥିଲେ ବୋଲି ପୁଲିସ କହିଛି।

ସୂଚନା ମୁତାବକ, ଡିସେମ୍ବର ୯ ତାରିଖ ଦିନ ଦିଲ୍ଲୀ ରୋହିଣୀ କୋର୍ଟ ଭିତରେ ବିସ୍ଫୋରଣ ହୋଇଥିଲା। ସକାଳ ପ୍ରାୟ ୧୦ ଟା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ଆହତ ହୋଇଥିଲେ। ଏହା ଏକ ଆତଙ୍କୀ ହମ୍‌ଲା ହୋଇପାରେ ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ଏହି ମାମଲାରେ ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ଡିଆର୍‌ଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ବୈଜ୍ଞାନିକ ଜଣକ ରୋହିଣୀ କୋର୍ଟରେ ଗୋଟାଏ ‘ଆଇଇଡି’ ଥିବା ଟିଫିନ୍‌ କ୍ୟାରିୟର୍‌ ରଖିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ କେତେକ ମାମଲା ରୁଜୁ କରିଥିବା ଜଣେ ପଡ଼ୋଶୀ ଓକିଲଙ୍କୁ ‘ଆଇଇଡି’ ବିସ୍ଫୋରଣ କରି ହତ୍ୟା କରିବା ଥିଲା ତାଙ୍କର ଉଦ୍ଦେଶ୍ୟ।

The post ବୋମା ବିସ୍ଫୋରଣ କରି ଜେଲ୍‌ରେ ବୈଜ୍ଞାନିକ, ପିଇଦେଲେ ହାର୍‌ପିକ୍‌! appeared first on Odisha Reporter.



from Odisha Reporter https://ift.tt/33L3UHJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages