ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ସସ୍‌ପେନ୍ସ, ଯାଞ୍ଚ ପାଇଁ ଗଲା ଫୋରେନସିକ୍ ଲ୍ୟାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 19, 2021

ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ସସ୍‌ପେନ୍ସ, ଯାଞ୍ଚ ପାଇଁ ଗଲା ଫୋରେନସିକ୍ ଲ୍ୟାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ  ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏ ପଯର୍ୟନ୍ତ ମୃତ୍ୟର କାରଣ ସ୍ପଷ୍ଟ ହୋଇପାରିନାହିଁ। ଚିତ୍ତରଞ୍ଜନଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଏହାକୁ  ଯାଞ୍ଚ  କରିବା ପାଇଁ ରାଜ୍ୟ ଫୋରେନସିକ ଲାବରୋଟରୀକୁ ପଠାଯାଇଛି। ପୁରୀ ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ପ୍ରଣବ ଶଙ୍କର ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଚିତ୍ତଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଭୁବନେଶ୍ୱରରେ ଥିବା  ଷ୍ଟେଟ୍ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ଏହାସହ  ମାମଲାର ତଦନ୍ତ କରୁଥିବା ଥାନାକୁ ଦିଆ ଯାଇଛି। ଦୁର୍ଘଟଣା ପରେ ଚିତ୍ତଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ନା, ତାହା ସୁଚିନ୍ତିତ ହତ୍ୟା ଏହା ସ୍ପଷ୍ଟ ହୋଇନାହିଁ। ଷ୍ଟେଟ୍ ଫୋରେନସିକ୍ ଲ୍ୟାବରୁ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ। ପୂର୍ବରୁ ଭିସେରା ଓ ରକ୍ତନମୁନା ପଠାଯାଇଛି।

ଚିତ୍ତ ମୃତ୍ୟୁ ଘଟଣାର ତଦନ୍ତଭାର ନେଇଥିବା କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଛି। କିଛିଦିନ ତଳେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ମୃତଦେହ ମିଳିଥିବା ଗଡ଼ମୃଗଶିରା ଓ ବାଇକ୍‌ ପଡ଼ିଥିବା ଜମାରସୁଆଁର  ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।  ତାଙ୍କ ସାଙ୍ଗରେ ପୁରୀ ଏସ୍‌ପିଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ ଓ ପୁରୀ ପୁଲିସ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଚିତ୍ତରଞ୍ଜନ ହତ୍ୟା ଘଟଣାରେ ଏ ଯାଏ ୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ୱର ଜେନା , ଜଗନ୍ନାଥ ଷଡଙ୍ଗୀ ଓ ଚିତ୍ତଙ୍କ ପୁତୁରା ଦିଲୀପ ପଲାଇଙ୍କୁ ପଚରାଉଚରା କରାଯାଇ ବୟାନ ରେକର୍ଡ କରାଯାଇଛି । ସେହିପରି ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କୁ ଆଣି ପଚରାଉଚରା କରାଯାଉଥିବା ଜଣାଯାଇଛି।

ଅପରପକ୍ଷେ, କ୍ରାଇମବ୍ରାଞ୍ଚ ଟିମ୍‌ ମାଟିଆପଡ଼ାର ଜଗା ଘରେ ହେଉଥିବା ଭୋଜିସ୍ଥଳକୁ ଯାଇ  ଖୋଳତାଡ଼ କରିଛି । ଜଗାର ସାହି ପଡ଼ୋଶୀ ଲୋକଙ୍କ ସହ ଆଲୋଚନା କରିଛି କ୍ରାଇମ୍‌ବ୍ରାଞ୍ଚ।

ସୂଚନାଯୋଗ୍ୟ,  ଗତ ୧୧ ତାରିଖ ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଭୋଜି ଆୟୋଜିତ ହୋଇଥିଲା । ସେଠାକୁ ଚିତ୍ତରଂଜନ ଯାଇ ଆଉ ଫେରି ନ ଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନ ମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।

ଏହାପରେ ଡିସେମ୍ବର ୧୩ ତାରିଖରେ ପୁରୀ ନୂଆନଈ ନିକଟରୁ ଚିତ୍ତରଂଜନଙ୍କ ମୃତଦେହ ମିଳିଥିଲା। ଘଟଣାକୁ ସପ୍ତାହେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ।

The post ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ସସ୍‌ପେନ୍ସ, ଯାଞ୍ଚ ପାଇଁ ଗଲା ଫୋରେନସିକ୍ ଲ୍ୟାବ appeared first on Odisha Reporter.



from Odisha Reporter https://ift.tt/3Fd2uU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages