ମମିତା ହତ୍ୟା : ଅଭିଯୁକ୍ତ ଗୋବିନ୍ଦଙ୍କ ଓକିଲକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

ମମିତା ହତ୍ୟା : ଅଭିଯୁକ୍ତ ଗୋବିନ୍ଦଙ୍କ ଓକିଲକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କେସ୍ ଲଢ଼ୁଥିବା ଓକିଲଙ୍କ ପାଇଁ ଆଜି ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଗୋବିନ୍ଦ ସାହୁର କେସ୍ ଲଢ଼ୁଥିବା ଓକିଲ ହେଉଛନ୍ତି କଣ୍ଟାବାଞ୍ଜିର ବିଜେପି ନେତା ମୋହନ ଲାଲ ଶର୍ମା ବୋଲି ବିଜେଡି ଅଭିଯୋଗ କରିବା ସହ ବିଜେପିର ଦୋମୁହାଁ ନୀତି ପଦାରେ ପଡ଼ିଥିବା କହିଥିବାବେଳେ ବିଜେପି ମଧ୍ୟ ପାଲଟା ଜବାବ ଦେଇଛି। ମୋହନଲାଲ ବିଜେପିର କୌଣସି ଦଳୀୟ ପଦପଦବୀରେ ନାହାନ୍ତି ତଥା ତାଙ୍କୁ ସରକାରୀ ଓକିଲ କରାଇ ଦେବା ପାଇଁ ବିଜେଡି ନେତା ପ୍ରତାପ ଦେବ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରଲୋଭିତ କରିଛନ୍ତି ବୋଲି ବିଜେପି କହିଛି।

ଆଜି ବିଜେପିର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମମିତା ମେହେର ମାମଲାରେ ଗୋବିନ୍ଦ ସାହୁଙ୍କ ଆଖୁ ବାଡ଼ି ଘଟଣାର ଆଉ ଏକ ସଂସ୍କରଣର ଉନ୍ମୋଚନ ବିଜେଡି ନେତା ପ୍ରତାପ ଦେବଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଂଚାଇବା ପାଇଁ ବିଜେଡି ଏବେ ଗଳାବାଟ ଖୋଜିବା ସହ ନୂଆ ନୂଆ କାହାଣୀ ରଚିବାରେ ଲାଗିଛି । ମୋହନଲାଲ ଶର୍ମା ବିଜେପିର କୌଣସି ପଦପଦବୀରେ ନାହାନ୍ତି ଓ ପ୍ରତାପ ଦେବଙ୍କ ମନ୍ତବ୍ୟକୁ ବିଜେପି ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରୁଛି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି।

ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମୋହନଲାଲଙ୍କ ସମ୍ପର୍କ ବେଶ୍ ପୁରୁଣା । ତେଣୁ କାଳେ ସେ କଥା ଉନ୍ମୋଚନ ହୋଇଯିବ ସେଥିପାଇଁ ନିଜ ଆଡ଼ୁ ପ୍ରତାପ ଦେବ ସଫେଇ ଦେଇଛନ୍ତି। ମୋହନଲାଲଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ୍ ଦେବା ପାଇଁ ପ୍ରତାପ ଦେବ ଓ ଦିବ୍ୟଶଙ୍କର ପ୍ରୟାସ କରୁଥିଲେ ତଥା ଗୋବିନ୍ଦ ସାହୁ ତାଙ୍କର ମଧ୍ୟସ୍ଥି ସାଜିଥିଲା ବୋଲି ଶ୍ରୀ ମହାଲିଙ୍ଗ ଅଭିଯୋଗ କରିଛନ୍ତି। ଗୋବିନ୍ଦଙ୍କୁ ବଂଚାଇବା ପାଇଁ ଦିବ୍ୟଶଙ୍କର ପ୍ରୟାସ କରୁଥିବାବେଳେ ଦିବ୍ୟଶଙ୍କରଙ୍କୁ ବଂଚାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି । ଆଉ ପ୍ରତାପ ଦେବ ଏହାର ମୁଖ୍ୟ ଅସ୍ତ୍ର ସାଜିଛନ୍ତି । ମମିତା ମେହର ମାମଲାରେ ବିଜେଡିର ପଦକ୍ଷେପ ଓ ପ୍ରତାପ ଦେବଙ୍କ ବକ୍ତବ୍ୟ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ସଦୃଶ ହୋଇଛି । ରାଜ୍ୟବାସୀଙ୍କ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରୁଥିବାରୁ ବିଜେଡି ବିଚଳିତ ହୋଇ ସେଥିରୁ ମୁକୁଳିବା ବାଟ ଖୋଜୁଛି ।

ମମିତାଙ୍କୁ ନ୍ୟାୟ ଦେବା ବଦଳରେ ପରମୁଣ୍ଡରେ ଅଠା ବୋଳି ନିଜ ନେତାଙ୍କୁ ବଂଚାଇବାର ଅପଚେଷ୍ଟା ପ୍ରତାପ ଦେବ ଓ ମୁଖ୍ୟମନ୍ତ୍ରୀ କରୁଛନ୍ତି ବୋଲି ସେ କହିବା ସହ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ତଥା ସିବିଆଇ ତଦନ୍ତ ନହେବା ଯାଏ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।

ଅନ୍ୟପକ୍ଷରେ ଏହା ପୂର୍ବରୁ ବିଜେଡି ବିଧାୟକ ପ୍ରତାପ ଦେବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମମିତା ମେହେର ପ୍ରସଙ୍ଗରେ ବିଜେପି ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି କହିଥିଲେ । ମୃତକଙ୍କୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି । କଣ୍ଟାବାଞ୍ଜିର ବିଜେପି ନେତା ମୋହନଲାଲ ଶର୍ମା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଓକିଲ । ମୁଖ୍ୟ ଅଭିଯୁକ୍ତକୁ ବେଲ୍ ପାଇଁ ମୋହନଲାଲ ଉଦ୍ୟମ କରୁଛନ୍ତି । ସେଠି ଅଭିଯୁକ୍ତର ବେଲ୍ ପାଇଁ କୋର୍ଟରେ ବିଜେପି ନେତା ମୋହନ ଲାଲ ଆବେଦନ କରୁଛନ୍ତି । ଆଉ ଏଠି ସେହି ପ୍ରସଙ୍ଗରେ ବିଜେପି ନେତାମାନେ ନୈତିକତା କଥା କହୁଛନ୍ତି । ବିଜେପି ହେଉଛି ଭାରତୀୟ ଯାତ୍ରା ପାର୍ଟି । ସେମାନେ ଯାହା କୁହନ୍ତି ତାହା କରନ୍ତି ନାହିଁ । ଗୋଟେ କୁହନ୍ତି, ଆଉ ଗୋଟେ କରନ୍ତି । ଶ୍ରୀ ଦେବ ଏହି ଅବସରରେ ବିଜେପି ନେତାମାନଙ୍କ ସହ ଗୋବିନ୍ଦ ସାହୁର ଫଟୋଚିତ୍ର ମଧ୍ୟ ପ୍ରଦର୍ଶନ କରି ତାଙ୍କର କାହା ସହ ସମ୍ପର୍କ କେତେ ନିବିଡ଼ ତାକୁ ନେଇ ପ୍ରଶ୍ନ କରିଥିଲେ ।

The post ମମିତା ହତ୍ୟା : ଅଭିଯୁକ୍ତ ଗୋବିନ୍ଦଙ୍କ ଓକିଲକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/31COBzI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages