୭ ଡକାୟତ ଗିରଫ, ମାରଣାସ୍ତ୍ର ସହ ବୋଲେରୋ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

୭ ଡକାୟତ ଗିରଫ, ମାରଣାସ୍ତ୍ର ସହ ବୋଲେରୋ ଜବତ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଡ଼ ଧରଣର ଡକାୟତି କରିବାକୁ ଯାଉଥିଲେ। ଧରା ନେଲା ପୁଲିସ୍। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଏମିତି ଘଟଣା ଘଟିଛି ଟିଟିଲାଗଡ଼ରେ। ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଟିଟିଲାଗଡ ପୁଲିସକୁ ଏହି ସଫଳତା ମିଳିଛି।

ରାତି ୧୦ଟା ବେଳେ ଟିଟିଲାଗଡ଼ ପୁଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ବୋଲେରୋ ଦ୍ରୁତ ଗତିରେ ଯାଉଥିବା ଦେଖି ପୁଲିସ୍ ଅଟକାଇଥିଲା। ହେଲେ ବୋଲେରୋ ଅଟକିବା ମାତ୍ରେ ସେଥିରେ ବସିଥିବା ଲୋକେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେସମସ୍ତଙ୍କୁ କାବୁ କରିଥିଲା। ପୁଲିସ୍ ବୋଲେରୋ ଗାଡ଼ି ଯାଞ୍ଚ କରିବା ସହ ଯାତ୍ରୀଙ୍କୁ ପଚରାଉଚରା କରିଥିଲା। ପରେ ପୁଲିସ୍ ଜାଣିବାକୁ ପାଇଲା ଯେ ଏମାନେ କୌଣସି ଏକ ସ୍ଥାନକୁ ଡକାୟତି ପାଇଁ ଯାଉଥିଲେ।

ବୋଲେରୋରୁ ଖଣ୍ଡା, ଭୁଜାଲି, ଖେଳଣା ପିସ୍ତଲ ଓ ଏକ୍ ନକ୍ସା ସହିତ୍ ପୁଲିସ୍ ବୋଲେରୋକୁ ଜବତ କରିଛି। ପୁଲିସ୍ କହିବା ଅନୁସାରେ ଡକାୟତ ଦଳ ବଙ୍ଗୋମୁଣ୍ଡାର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ପାଇଁ ଯାଇଥିଲେ। ତେବେ ଠିକଣା ସମୟରେ ପୁଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣକୁ ରୋକାଯାଇଛି। ଆଜି ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

The post ୭ ଡକାୟତ ଗିରଫ, ମାରଣାସ୍ତ୍ର ସହ ବୋଲେରୋ ଜବତ appeared first on Odisha Reporter.



from Odisha Reporter https://ift.tt/3pUX3mz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages