ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ଟପିଲା, ବିଶ୍ୱରେ ସବୁଠାରୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 15, 2021

ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ଟପିଲା, ବିଶ୍ୱରେ ସବୁଠାରୁ ଅଧିକ

ୱାଶିଂଟନ: ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର କରିଛି। ବିଶ୍ୱରେ କରୋନା ଯୋଗୁ ସର୍ବାଧିକ ଲୋକ ଆମେରିକାରେ ହିଁ ପ୍ରାଣ ହରାଇଛନ୍ତି। ଅନେକ ରାଷ୍ଟ୍ରର ଜନସଂଖ୍ୟା ୮ ଲକ୍ଷ ତଳେ ରହିଥିବା ବେଳେ ଆମେରିକାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି।

ଆମେରିକାରେ କରୋନା ବିରୋଧୀ ଟିକାକରଣ ଜୋରଦାର କରାଯାଇଥିଲେ ହେଁ କେବଳ ୨୦୨୧ରେ ୪,୫୦,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିକା ନେଇ ନଥିଲେ। ଦେଶରେ କରୋନା ଜନିତ ମୃତ୍ୟୁ ୮ ଲକ୍ଷ ପାର କରିଥିବାରୁ ରାଷ୍ଟ୍ରପତି ଜୋ ବାଇଡେନ ଗୋଟିଏ ବିବୃତି ଜାରି କରିଛନ୍ତି। ସେ ଏଥିରେ କହିଛନ୍ତି, ଏବେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ପାର କରିଛି।

ଏହି ଦୁଃଖଦ ଦିନରେ ଆମେ ପ୍ରାଣ ହରାଇଥିବା ସମସ୍ତଙ୍କୁ ମନେପକାଉଛି। ଏଥିସହ ସେମାନଙ୍କ ପ୍ରିୟଜନଙ୍କ ପାଇଁ ପ୍ରାର୍ଥନା କରୁଛୁ। ଆମକୁ ଏବେ କି ଅନେକ କିଛି କରିବାର ଅଛି। ବର୍ତ୍ତମାନ ଥଣ୍ଡା ଋତୁ ଆସିଛି ଓ ନୂଆ ଭାରିଏଣ୍ଟ ବ୍ୟାପୁଛି। ତେଣୁ ଆମକୁ ଏହା ବିରୋଧରେ ପୁଣିଥରେ ଏକାଠି ହୋଇ ଲଢ଼େଇ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆମେରିକା ସରକାରଙ୍କ ତଥ୍ୟ ଅନୁଯାୟୀ, ଟିକାର ଡବଲ ଡୋଜ୍‌ ନେଇ ଥିବା ଲୋକଙ୍କ ତୁଳନାରେ ଟିକା ନେଇ ନଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ୧୪ ଗୁଣ ଅଧିକ। ଆମେରିକା କରୋନାର ୪ଟି ୱେଭର ସମ୍ମୁଖୀନ ହୋଇ ସାରିଲାଣି। ଡେଲ୍ଟା ଭାରିଏଣ୍ଟ ଆମେରିକାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ଏହି ସମୟରେ ଅଧିକ ଲୋକ ପ୍ରାଣ ହରାଇବା ସହ ସଂକ୍ରମିତ ହୋଇଥିଲେ।

ଏହାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥିଲା। ଏବେ ସୁଦ୍ଧା ଦେଶର ୬୦% ଲୋକ ହିଁ କରୋନା ଟିକାର ଡବଲ ଡୋଜ୍‌ ନେଇ ପାରିଛନ୍ତି। ବିଶ୍ୱର ଅନ୍ୟ ବିତ୍ତଶାଳୀ ରାଷ୍ଟ୍ର ତୁଳନାରେ ଆମେରିକାର ଏହି ସଂଖ୍ୟା ବେଶ କମ। ବର୍ତ୍ତମାନ ଆମେରିକାରେ କରୋନାର ୫ମ ଲହର ପ୍ରବେଶ କରିବା ଆରମ୍ଭ କରିଛି।

ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ସରକାର ବୁଷ୍ଟର ଡୋଜ୍‌ ଆରମ୍ଭ କରିଛନ୍ତି। ହେଲେ ଏହା ଓମିକ୍ରନ ବିରୋଧରେ କେତେ ଫଳପ୍ରଦ ହେବ, ତା’ର ତଥ୍ୟ କାହା ପାଖରେ ନାହିଁ।

The post ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଲକ୍ଷ ଟପିଲା, ବିଶ୍ୱରେ ସବୁଠାରୁ ଅଧିକ appeared first on Odisha Reporter.



from Odisha Reporter https://ift.tt/3dSWSCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages