ସକାଳେ ବିଜେପିରେ ମିଶିଲେ, ସନ୍ଧ୍ୟାରେ କ୍ୟାପ୍ଟେନଙ୍କ ସହ ଫଟୋ ଉଠାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 15, 2021

ସକାଳେ ବିଜେପିରେ ମିଶିଲେ, ସନ୍ଧ୍ୟାରେ କ୍ୟାପ୍ଟେନଙ୍କ ସହ ଫଟୋ ଉଠାଇଲେ

ଅମୃତସର: ପଞ୍ଜାବୀ କଣ୍ଠଶିଳ୍ପୀ ବୁଟା ମହମ୍ମଦଙ୍କୁ ରାଜନୀତିକ ଇନିଂସକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସେ ମଙ୍ଗଳବାର ସକାଳେ ଲୁଧିଆନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେପିରେ ମିଶିଥିଲେ। କିନ୍ତୁ ସନ୍ଧ୍ୟା ବେଳେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଠାରୁ ଦଳୀୟ ଉତରୀୟ ଗ୍ରହଣ କରି ଫଟୋ ଉଠାଇଛନ୍ତି। ଏହାକୁ ନେଇ ସେ କ୍ୟାପ୍ଟେନଙ୍କ ଦଳରେ ଯୋଗଦେଇଛନ୍ତି ନା ବିଜେପିରେ ସାମିଲ ହୋଇଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିଛି।

ମଙ୍ଗବଳାର ସକାଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବୁଟା ମହମ୍ମଦ ପଦ୍ମ ଧରିଥିଲେ। ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପି ମଧ୍ୟ ବେଶ ପ୍ରଶଂସା କରିଥିଲା। ହେଲେ ଏହାର କିଛି ଘଣ୍ଟା ପରେ ନିକଟରେ କଂଗ୍ରେସକୁ ଛାଡ଼ି ନୂଆ ଦଳ ଗଠନ କରିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସଭାରେ ତାଙ୍କୁ ଦେଖିବାକୁ ମିଳିଥିଲା।

କ୍ୟାପ୍ଟେନ କଂଗ୍ରେସ ଛାଡ଼ିବା ପରେ ପଞ୍ଜାବ ଲୋକ କଂଗ୍ରେସ ନାଁରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଅନେକ ଲୋକ ତାଙ୍କ ଦଳରେ ସାମିଲ ହୋଇଥିଲେ। ସେମାନଙ୍କୁ ଉତରୀୟ ଦେଇ ଦଳକୁ ନିଜେ କ୍ୟାପ୍ଟେନ ସ୍ୱାଗତ କରିଥିଲେ। ଏହି ସମୟରେ ବୁଟା ମହମ୍ମଦ ମଧ୍ୟ ସେଠାରେ ଉପସ୍ଥିତ ରହି ଉତରୀୟ ଗ୍ରହଣ କରିଥିଲେ।

ଏଥିସହ ଫଟୋ ମଧ୍ୟ ଉଠାଇଥିଲେ। ଏହି ଫଟୋକୁ ପଞ୍ଜାବ ଲୋକ କଂଗ୍ରେସ ସୋଶାଲ ମିଡିଆରେ ଶେୟାର କରିଛି। ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ବୁଟା ମହମ୍ମଦ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ “ମୋ ବନ୍ଧୁ ସର୍ଦ୍ଦାର ଅଲୀଙ୍କ ସହ ମୁଁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ କାର୍ଯ୍ୟକ୍ରମକୁ ଆସିଥିଲି। ଅଲୀ ପଞ୍ଜାବ ଲୋକ କଂଗ୍ରେସରେ ଯୋଗଦେଇଛନ୍ତି। ମୁଁ କୌଣସି ପ୍ରକାରର ପଞ୍ଜାବ ଲୋକ କଂଗ୍ରେସରେ ସାମିଲ ହୋଇନି।”


ବୁଟା ମହମ୍ମଦ ହେଉଛନ୍ତି ପଞ୍ଜାବର ସୁଫି ସଂଗୀତରେ ଖ୍ୟାତି ଅର୍ଜନ କରିଥିବା ପରିବାରର ସଦସ୍ୟ। ତାଙ୍କ ବାପା ଦିବଂଗତ ସର୍ଦ୍ଦାର ମହମ୍ମଦ ଜଣେ ଖ୍ୟାତନାମା କଣ୍ଠଶିଳ୍ପୀ ଓ ସଂଗୀତଜ୍ଞ ଥିଲେ। ବୁଟା ମହମ୍ମଦ ତାଙ୍କ ବାପା ଓ ଦାଦାଙ୍କ ଠାରୁ ସଂଗୀତ ଶିକ୍ଷା କରିଛନ୍ତି। ତାଙ୍କ ଭାଇ ମଧ୍ୟ ଜଣେ କଣ୍ଠଶିଳ୍ପୀ।

ମଙ୍ଗଳବାର ବୁଟା ମହମ୍ମଦଙ୍କ ବ୍ୟତୀତ ପୂର୍ବତନ ଆଇଏଏସ୍‌ ଏସ୍ ଆର ଲାଧର, ପୂର୍ବତନ ଆଇପିଏସ୍ ଅଶୋକ ବାଥ ଓ ଅକାଳୀ ଦଳର ପୂର୍ବତନ ବିଧାୟକ ମୋହନ ଲାଲ ବାଙ୍ଗା ମଧ୍ୟ ବିଜେପିରେ ମିଶିଥିଲେ।

The post ସକାଳେ ବିଜେପିରେ ମିଶିଲେ, ସନ୍ଧ୍ୟାରେ କ୍ୟାପ୍ଟେନଙ୍କ ସହ ଫଟୋ ଉଠାଇଲେ appeared first on Odisha Reporter.



from Odisha Reporter https://ift.tt/3s742ex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages