ରୋହତକ: ପୁଣିଥରେ ତଥାକଥିତ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଦକ୍ଷିଣପନ୍ଥୀ ଗୋଷ୍ଠୀର ଅନେକ ଲୋକ ହରିଆଣାର ରୋହତକରେ ଥିବା ଗୋଟିଏ ଚର୍ଚ୍ଚ ମଧ୍ୟରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଉକ୍ତ ଚର୍ଚ୍ଚରେ ଧର୍ମ ପରିବର୍ତ୍ତନ କରାଯାଉଥିବା ସେମାନେ ଅଭିଯୋଗ କରି ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସ୍ଥିତିକୁ ସମ୍ଭାଳି ନେଇଛି।
ପୁଲିସ୍ କହିଛି ଯେ ଚର୍ଚ୍ଚରେ ଧର୍ମ ପରିବର୍ତ୍ତନ କରାଯାଉଥିବାର କୌଣସି ଅଭିଯୋଗ ସେମାନଙ୍କ ପାଖରେ ପହଞ୍ଚି ନାହିଁ। କେବଳ ଏଠାରେ ଭିଡ଼ କରିଥିବା ଲୋକମାନେ ଏପରି କଥା କହିଛନ୍ତି। ସେମାନେ ବଳପୂର୍ବକ ଚର୍ଚ୍ଚରେ ପଶିବାକୁ ଚେଷ୍ଟା କରୁଥିଲେ। ହେଲେ ସମସ୍ତଙ୍କୁ ଅଟକାଇବାରେ କର୍ମଚାରୀମାନେ ସକ୍ଷମ ହୋଇଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପୁଲିସ୍ କହିଛି।
ଚର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଧର୍ମାନୁଷ୍ଠାନ ଭଳି ଏଠାକୁ ମଧ୍ୟ ଲୋକକମାନେ ଆସନ୍ତି। ଆମେ କେବେ ହେଲେ କାହାକୁ ଏଠାକୁ ଆସିବା ପାଇଁ ବାଧ୍ୟ କରିନୁ। ଘଟଣା ଘଟିବାର ପୂର୍ବଦିନ ସନ୍ଧ୍ୟାରେ ପୁଲିସ୍ ଏଠାକୁ ଆସିବା ସହ ଆମକୁ ଆନ୍ଦୋଳନ ସମ୍ପର୍କରେ ସତର୍କ ରହିବାକୁ କହିଥିଲା। ଏଥିସହ ସ୍ଥିତିକୁ ମଧ୍ୟ ଯାଞ୍ଚ କରିଥିଲା। ଏହାପରେ ଗୁରୁବାର ଶତାଧିକ ଲୋକ ବଳପୂର୍ବକ ଚର୍ଚ୍ଚରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଛି।
ରୋହତକର ଡେପୁଟି କମିଶନର କ୍ୟାପଟେନ ମନୋଜ କୁମାର କହିଛନ୍ତି ଯେ ଏପରି କିଛି ଘଟଣା ଘଟିପାରେ ବୋଲି ଆମକୁ ଅଭିଯୋଗ ଆସିଥିଲା। କିନ୍ତୁ ଧର୍ମ ପରିବର୍ତ୍ତନକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ। ପୁଲିସ ନିଜ ଆଡ଼ୁ ଏହାର ତଦନ୍ତ କରିଥିଲା। କିନ୍ତୁ ଏଯାଏ ଧର୍ମ ପରିବର୍ତ୍ତନ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ।
ପ୍ରାୟ ୬ ବର୍ଷ ଧରି ଲୋକମାନେ ରବିବାର ଓ ଗୁରୁବାର ଚର୍ଚ୍ଚରେ ପ୍ରାର୍ଥନା ସଭା କରିଆସୁଛନ୍ତି। ଏହି ସଭାକୁ ନେଇ କିଛି ଲୋକ ଆପତ୍ତି ଉଠାବା ସହ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଚର୍ଚ୍ଚ ସାମ୍ନାରେ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।
ଗୁରୁବାର ଚର୍ଚ୍ଚରେ ସଭା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍ ଅନେକ ଲୋକ ଭିଡ଼ ଜମାଇ ବିକ୍ଷୋଭ କରିଥିଲେ। ଏଥିପାଇଁ କିନ୍ତୁ ସେମାନେ ଅନୁମତି ନେଇ ନଥିଲେ। ତେଣୁ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଥିବା ସେ କହିଛନ୍ତି।
The post ବଳପୂର୍ବକ ଚର୍ଚ୍ଚରେ ପଶିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ହମଲା ପୂର୍ବରୁ ପୁଲିସ୍ ସମ୍ଭାଳିଲା ସ୍ଥିତି appeared first on Odisha Reporter.
from Odisha Reporter https://ift.tt/3dEw0Gg
No comments:
Post a Comment