ସମୁଦ୍ର କୂଳରେ ଆଖି ବୁଜିଲା ତିମି, ଆଜି ହେବ ବ୍ୟବଚ୍ଛେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 9, 2021

ସମୁଦ୍ର କୂଳରେ ଆଖି ବୁଜିଲା ତିମି, ଆଜି ହେବ ବ୍ୟବଚ୍ଛେଦ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମାଲୁଦ ପଞ୍ଚାୟତ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଛି ବିଶାଳକାୟ ତିମି ମାଛ। ମାଛଟିର ଲମ୍ବ ପ୍ରାୟ ୩୦ରୁ ୩୫ ଫୁଟ୍ ହେବ। ଗଭୀର ସମୁଦ୍ରରେ ରହୁଥିବା ଏହି ତିମି ମାଛ କିଭଳି ସ୍ଥିତିରେ କୂଳକୁ ଆସିଲା ତାହା ଜଣାପଡ଼ିନାହିଁ। କୌଣସି ଆଘାତ ପାଇ ତିମିଟି ସମୁଦ୍ର କୂଳକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ଗତକାଲି ସନ୍ଧ୍ୟାରେ ତିମି ମାଛଟି ସମୁଦ୍ର କୂଳରେ ଲାଗିଥିଲା। ସେହି ସମୟରେ ମାଛଟି ବଞ୍ଚିଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ପରେ ମତ୍ସ୍ୟଜୀବୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମାଛଟି ମରି ଯାଇଥିଲା।

ମାଛଟିକୁ ଜେସିବି ସାହାଯ୍ୟରେ ଉଠାଯାଇ ପୋଷ୍ଟ ମର୍ଟମ ପାଇଁ ପାଠାଯିବ। ପରେ  ଗଭୀର ଗାତ ଖୋଳା ଯାଇ ପୋତା ଯିବ ବୋଲି   ବନ ବିଭାଗ କର୍ମଚାରୀ କହିଛନ୍ତି।

The post ସମୁଦ୍ର କୂଳରେ ଆଖି ବୁଜିଲା ତିମି, ଆଜି ହେବ ବ୍ୟବଚ୍ଛେଦ appeared first on Odisha Reporter.



from Odisha Reporter https://ift.tt/3DIHcfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages