ଆଉନାହାନ୍ତି ଟେଲିଭିଜନ ଦୁନିଆର ଗୋଲ୍ଡେନ୍‌ ଗାର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

ଆଉନାହାନ୍ତି ଟେଲିଭିଜନ ଦୁନିଆର ଗୋଲ୍ଡେନ୍‌ ଗାର୍ଲ

ଲସ୍‌ଆଞ୍ଜଲିସ୍‌: ଆଉ ନାହାନ୍ତି ଟେଲିଭିଜନର ଦୁନିଆର ଗୋଲ୍ଡେନ୍‌ ଗାର୍ଲ। ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀ ବେଟ୍ଟି ହ୍ୱାଇଟ୍‌ଙ୍କ ଦେହାନ୍ତ ହୋଇଛି। ୯୯ ବର୍ଷ ବୟସରେ ସେ ଆଖିବୁଜିଛନ୍ତି।  ନିଜର ନିଖୁଣ ଅଭିନୟ ଜରିଆରେ ସେ ହଲିଉଡ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ ସେ ଫିଲ୍ମକୁ ଏକ ନୂଆ ରଙ୍ଗରୂପ ଦେଇଥିଲେ। ଆଜିର ଅଭିନେତ୍ରୀମାନଙ୍କ ପାଇଁ ସେ ଥିଲେ ପ୍ରେରଣା।

ଗତ ୬୦ ବର୍ଷ ଧରି ବେଟ୍ଟି ଟେଲିଭିଜନକୁ ହିଁ ମୁଖ୍ୟ ଆଧାର କରିଥିଲେ। ‘ଦ ଗୋଲ୍ଡେନ୍‌ ଗାର୍ଲ୍ସ’ ଓ ‘ଦ ମେରୀ ଟାୟଲର ମୁର’ ଶୋ’ରୁ ସେ ନିଜ ଟିଭି କ୍ୟାରିଅର୍‌ ଆରମ୍ଭ କରିଥିଲେ। ଟେଲିଭିଜନ ଜଗତ ଇତିହାସରେ ସେ ସବୁଠାରୁ ଅଧିକ କାମ କରିଥିବା ଅଭିନେତ୍ରୀ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ଏବେ ହଲିଉଡ ଜଗତିରେ ଶୋକର ଛାୟା ଖେଳି ଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ବେଟ୍ଟୀଙ୍କ ଦେହାନ୍ତକୁ ନେଇ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

୧୭ ଜାନୁଆରୀ ୧୯୨୨ରେ ଏହି ଅଭିନେତ୍ରୀଙ୍କ ଜନ୍ମ ହୋଇଥିଲା। ତେବେ ଜନ୍ମଦିନର ଠିକ୍‌ ୧୮ ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି। ଜାନୁଆରୀ ୧୭ ତାରିଖରେ ବେଟ୍ଟୀଙ୍କୁ ଶହେ ବର୍ଷ ପୂରିଥାଆନ୍ତା। ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୯ଟାରେ ଏହି ପ୍ରସିଦ୍ଧ ହଲିଉଡ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ସିନେମା ସହ ଜଡିତ ଲୋକଙ୍କ ପାଇଁ ବେଟ୍ଟୀ ହଲିଉଡର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ସେ ୮୦ ଦଶକରୁ ଟେଲିଭିଜନ ଶୋ’ ଜରିଆରେ ନିଜ ଅଭିନୟ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

The post ଆଉନାହାନ୍ତି ଟେଲିଭିଜନ ଦୁନିଆର ଗୋଲ୍ଡେନ୍‌ ଗାର୍ଲ appeared first on Odisha Reporter.



from Odisha Reporter https://ift.tt/3JxGqGo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages