ଜାଣନ୍ତୁ, କେମିତି ରହିବ ୨୦୨୨; କିଏ ପାଇବ ସଫଳତା ତ କିଏ ହେବ ନିରାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

ଜାଣନ୍ତୁ, କେମିତି ରହିବ ୨୦୨୨; କିଏ ପାଇବ ସଫଳତା ତ କିଏ ହେବ ନିରାଶ

ମେଷ : ୨୦୨୨ ମସିହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବର୍ଷାରମ୍ଭରେ ନବମରେ ରବି, ଏକାଦଶରେ ବୃହସ୍ପତି ଓ ଦଶମରେ ଶନି ଥିବାରୁ ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ।  କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ଖୋଲିଯିବ । ଭଲ ଆୟ ହେବ । କିନ୍ତୁ ଏପ୍ରିଲ ମାସ ପରେ ବ୍ୟୟ ଭାର ଅଧିକ ହେବ, ସେଥିପାଇଁ ସଜାଗ ରହିବେ । ଏହି ବର୍ଷସାରା  ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ଲାଗି ରହିବ ।

ବୃଷ:୨୦୨୨ମସିହା ଆପଣଙ୍କ ପାଇଁ  ମିଶ୍ରିତ ଫଳଦାୟକ ହେବ । ଏପ୍ରିଲ ମାସ ପରେ ଭାଗ୍ୟୋନ୍ନତି, କର୍ମୋନ୍ନତି, ସନ୍ତାନସୁଖ ପ୍ରାପ୍ତି,  ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଦୀର୍ଘଦିନର ଆଶା ଏହିବର୍ଷ ପୂରଣ ହେବ । ଉଚ୍ଚପଦବୀରେ ଅଧିଷ୍ଠିତ ହେବେ । ବର୍ଷାରମ୍ଭରୁ କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ ।

ମିଥୁନ:୨୦୨୨ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ। ବର୍ଷାରମ୍ଭରେ ନବମରେ ବୃହସ୍ପତି ଥିବାରୁ ଭାଗ୍ୟୋନ୍ନତି, ଧନଲାଭ ଏବଂ ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ ।  ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ।  ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ । ଦୀର୍ଘଦିନ ଧରି ଅଧା ହୋଇପଡ଼ିଥିବା କାର୍ଯ୍ୟ  ଧିରେ ଧିରେ ପୂର୍ଣ୍ଣ ହୋଇଯିବ ।  ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ  ।

କର୍କଟ :୨୦୨୨ମସିହା ଆପଣଙ୍କ ପାଇଁ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ଷଷ୍ଠରେ ରବି, ଏକାଦଶରେ ରାହୁ ଥିବାରୁ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ । ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ  । ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଅନେକ ସମୟରେ ଚିନ୍ତିତ ରହିବେ । ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ରହି ସମସ୍ତ ସମସ୍ୟାର ସମାଧାନ କରିବେ । ଭାଗ୍ୟ ଅନୁକୂଳ ହେତୁ ବ୍ୟବସାୟ କ୍ଷେତ୍ରରେ ଆଶାତିତ ଲାଭ ମିଳିବ । ନୂତନ ଉଦ୍ୟୋଗରେ ପଇସା ଖଟେଇବେ । ଜୀବନସାଥୀଙ୍କ  ସ୍ୱାସ୍ଥ୍ୟ ନେଇ ପ୍ରାୟ ସମୟ ଚିନ୍ତିତ ରହିବେ।

ସିଂହ:୨୦୨୨ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ପଞ୍ଚମରେ ରବି, ସପ୍ତମରେ ବୃହସ୍ପତି, ଷଷ୍ଠରେ ଶନି ଓ ଦଶମରେ ରାହୁ ଥିବାରୁ ସମସ୍ତ ପ୍ରକାର ଆଶା ଆକାଂକ୍ଷା ପୂରଣ ହୋଇ ପାରିବ  । ଏ ବର୍ଷଟିରେ ଅନେକ କ୍ଷେତ୍ରରେ ଶୁଭଫଳ ପାଇବେ, କିନ୍ତୁ କର୍ମକ୍ଷେତ୍ରରେ କଷ୍ଟ କରିବାକୁ ପଡିବ । ପୁରୁଣା ରୋଗରୁ ଉପଶମ ପାଇବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । ଚାକିରୀରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବିବାହିତଙ୍କ ପାଇଁ ବିବାହର ସମ୍ଭାବନା ବହୁତ ଅଧିକ ରହିଛି ।

 କନ୍ୟା: ୨୦୨୨ମସିହା ବର୍ଷାରମ୍ଭରେ ଚତୁର୍ଥରେ ରବି, ଷଷ୍ଠରେ ବୃହସ୍ପତି, ପଞ୍ଚମରେ ଶନି ଓ ନବମ ବା ଭାଗ୍ୟଭାବରେ ରାହୁ ଥିବାରୁ ଭାଗ୍ୟ ବିପର୍ଯ୍ୟୟ ହେଲା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏ ବର୍ଷ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।ବ୍ୟବସାୟରେ ଲାଭବାନ ହେବେ କିନ୍ତୁ ଅର୍ଥହାନୀ ଘଟିପାରେ ସତର୍କ ରହିବେ । କାର୍ଯ୍ୟସ୍ଥଳରେ ବାଦବିବାଦ ଘଟିପାରେ, ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସହଯୋଗୀମାନଙ୍କ ସହ ମତାନ୍ତର ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ । ପୁରୁଣା ରୋଗରୁ ମୁକ୍ତି ପାଇବେ,  ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତୃମାନଙ୍କଠାରୁ ସତର୍କ ରୁହନ୍ତୁ, ହଇରାଣ ହରକତ କରିପାରନ୍ତି ।

ତୁଳା: ୨୦୨୨ମସିହା ବର୍ଷାରମ୍ଭରେ ତୃତୀୟରେ ରବି, ପଞ୍ଚମରେ ବୃହସ୍ପତି, ଚତୁର୍ଥରେ ଶନି ଓ ଅଷ୍ଟମରେ ରାହୁ ଥିବାରୁ ଆପଣଙ୍କ ପାଇଁ  ମିଶ୍ରିତ ଫଳପ୍ରଦ ହେବ । କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଓ ଧନଲାଭ କରିବାର ସୁଯୋଗ ପାଇବେ । ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ  । ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ ।  ଶତୃମାନେ ତଳମୁହାଁ ହେବେ ,ମାଲିମକଦ୍ଦମାରେ ବିଜୟଲାଭ କରିବେ  । ସତର୍କତା ଅବଲମ୍ବନ କରିବା ସହ ପ୍ରତିକାର କରିଚାଲିବା ନିତ୍ୟାନ୍ତ ଆବଶ୍ୟକ  । ବେଶି ଦୂରଯାତ୍ରା କରନ୍ତୁ ନାହିଁ, ଯାତ୍ରାରେ କଷ୍ଟ ଯୋଗ ରହିଛି, ସେଥିପାଇଁ ସତର୍କ ରହିବେ ।

ବିଛା:୨୦୨୨ମସିହା ବର୍ଷାରମ୍ଭରେ ଦ୍ୱିତୀୟରେ ରବି, ଚତୁର୍ଥରେ ବୃହସ୍ପତି, ତୃତୀୟରେ ଶନି ଓ ସପ୍ତମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ।   ରାହୁ ଜାୟା ଭାବରେ ରହୁ ଥିବାରୁ ଶତୃମାନେ ପଛରେ ଲାଗିଯିବେ  । ଅଯଥା ଧନ ଖର୍ଚ୍ଚ ହେବ । ବାଦବିବାଦ ମାଲି ମକଦ୍ଦମାର ସମ୍ମୁଖୀନ ହେବେ  । ମାନସମ୍ମାନ ହାନୀ ହେବ । ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। କିନ୍ତୁ ମାର୍ଚ୍ଚ ମାସ ପରେ ବର୍ଷ ଶେଷ ପର୍ଯ୍ୟନ୍ତ ରାହୁ ଷଷ୍ଠରେ, ବୃହସ୍ପତି ପଞ୍ଚମରେ ଗୋଚର ହେବା ଫଳରେ ଶତୃମାନେ ମୁଣ୍ଡ ନୂଆଁଇବେ । ସମସ୍ତ ଚିନ୍ତା ଦୂର ହୋଇଯିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ  ଫେରାଉ ନ ଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ ।

ଧନୁ:୨୦୨୨ମସିହା ବର୍ଷାରମ୍ଭରେ ଜନ୍ମରାଶିରେ ରବି, ତୃତୀୟରେ ବୃହସ୍ପତି, ଦ୍ୱିତୀୟରେ ଶନି ଓ ଷଷ୍ଠରେ ରାହୁ ଥିବାରୁ  ସାମାନ୍ୟ ଶୁଭଫଳ ପାଇବେ  । କିନ୍ତୁ ଏପ୍ରିଲ ମାସ ପରେ ଅନେକାଂଶରେ ସୁଧାର ଆସିବ । ନୂତନ ବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ, ବ୍ୟବସାୟରେ ଅଟକିଥିବା ଧନ ବା ଦେଇଥିବା ଧନ ମିଳିଯିବ । ନୂତନକର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି, ଇଚ୍ଛିତ ସ୍ଥାନରେ ସ୍ଥାନାନ୍ତରଣ, ବିଭାଗୀୟ ଅଧିକାରୀ କିମ୍ବା ସହକର୍ମୀଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ। ସନ୍ତାନଭଳି ଦ୍ରବ୍ୟ ପ୍ରାପ୍ତି ହେବ ନତୁବା ତତୁଲ୍ୟ ନୂତନ ଗୃହ, ନୂତନଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମି ପ୍ରାପ୍ତି ହେବ ।  ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳ ହେବେ ।

ମକର:୨୦୨୨ମସିହା ବର୍ଷାରମ୍ଭରେ ଦ୍ୱାଦଶରେ ରବି, ଦ୍ୱିତୀୟରେ ବୃହସ୍ପତି, ଜନ୍ମରାଶିରେ ଶନି ଓ ପଞ୍ଚମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଏହି ବର୍ଷଟି ମିଶ୍ରିତ ଫଳଦାୟକ ହେବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧିହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଲାଭବାନ ହେବେ ।  ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ କରିବେ।  ଭାଗିଦାର ବ୍ୟବସାୟ ପାଇଁ  ଅଚାନକ ସାହାଯ୍ୟ ସହଯୋଗ ମିଳିବ । ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ, ଦଳସମର୍ଥନ ବୃଦ୍ଧିପାଇ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।

କୁମ୍ଭ: ୨୦୨୨ମସିହା  ବର୍ଷାରମ୍ଭରେ ଏକାଦଶରେ ରବି, ଜନ୍ମରାଶିରେ ବୃହସ୍ପତି, ଦ୍ୱାଦଶରେ ଶନି ଓ ଚତୁର୍ଥରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ ।  କିନ୍ତୁ ଏପ୍ରିଲ ମାସ ପରେ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଆଶା ଆକାଂକ୍ଷା ମହତ୍ୱକାଂକ୍ଷା ପୂର୍ଣ୍ଣ ହେବ। ନୂତନ ଯୋଜନା କାର୍ଯ୍ୟକାରୀ କରିବେ, କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ । କିଛି ବାଧାବିଘ୍ନର ସାମ୍ନା ମଧ୍ୟ କରିବେ, ସମସ୍ତଙ୍କଠାରୁ ପ୍ରଶଂସା ପାଇବେ । ଶତୃମାନଙ୍କ ଉପରେ ବିଜୟ ଲାଭ କରିବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ଭୂମି, ଭବନ ଓ ବାହାନ କ୍ରୟ ପାଇଁ ସୁଯୋଗ ଆସିବ।

ମୀନ: ୨୦୨୨ମସିହା ବର୍ଷାରମ୍ଭରେ ଦଶମରେ ରବି, ଦ୍ୱାଦଶରେ ବୃହସ୍ପତି, ଏକାଦଶରେ ଶନି ଓ ତୃତୀୟରେ ରାହୁ ଥିବାରୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ କିନ୍ତୁ ନିଜର ବୁଦ୍ଧିମତା ବଳରେ ଶୁଭଫଳ ପାଇବେ। ଚାକିରୀ କ୍ଷେତ୍ରରେ ହଠାତ୍ ପଦୋନ୍ନତି ମଧ୍ୟ ହୋଇପାରେ । ଗୃହ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିବେ। ନିଜ ଲୋକଙ୍କ ସହିତ ମନାନ୍ତର ମତାନ୍ତର ଦେଖା ଦେଇପାରେ।  ପୁରୁଣା ରୋଗର କଷ୍ଟରୁ ମୁକ୍ତି ପାଇବେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ। ବୃଥା ଭ୍ରମଣ ଦ୍ୱାରା ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବ।

The post ଜାଣନ୍ତୁ, କେମିତି ରହିବ ୨୦୨୨; କିଏ ପାଇବ ସଫଳତା ତ କିଏ ହେବ ନିରାଶ appeared first on Odisha Reporter.



from Odisha Reporter https://ift.tt/3mM20gJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages