ବ୍ଲାଉଜ୍‌ ପାଇଁ ସ୍ୱାମୀଙ୍କ ସହ ଝଗଡ଼ା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

ବ୍ଲାଉଜ୍‌ ପାଇଁ ସ୍ୱାମୀଙ୍କ ସହ ଝଗଡ଼ା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ହାଇଦ୍ରାବାଦ: ବ୍ଲାଉଜ୍‌କୁ ନେଇ ସ୍ୱାମୀଙ୍କ ସହିତ ଝଗଡ଼ା ହେବା ପରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ହାଇଦ୍ରାବାଦର ଅମ୍ବେରପେଟ ଅଞ୍ଚଳର ଗୋଲନାକା ତିରୁମାଳା ନଗରରେ।

ମୃତ ମହିଳାଙ୍କ ନାଁ ବିଜୟଲକ୍ଷ୍ମୀ। ତାଙ୍କୁ ୩୫ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ଶ୍ରୀନିବାସ। ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି।

ଶ୍ରୀନିବାସ ଜଣେ ଟେଲର। ଏହା ସହିତ ସେ ଘରକୁ ଘର ବୁଲି ଶାଢ଼ି ଓ ବ୍ଲାଉଜ ଆଦି ବିକ୍ରି କରିଥା’ନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ବିଜୟଲକ୍ଷ୍ମୀଙ୍କ ପାଇଁ ଶ୍ରୀନିବାସ ବ୍ଲାଉଜ୍‌ଟିଏ ସିଲେଇ କରି ଦେଇଥିଲେ। ହେଲେ ଯେଉଁ ଭଳି ଢଙ୍ଗରେ ବିଜୟଲକ୍ଷ୍ମୀ ଚାହୁଁଥିଲେ, ବ୍ଲାଉଜ୍‌ଟି ସେମିତି ହୋଇ ନଥିଲା। ବ୍ଲାଉଜ୍‌ଟିକୁ ଖୋଲି ପୁଣି ଥରେ ତିଆରି କରିବାକୁ ସେ ସ୍ୱାମୀଙ୍କୁ କହିଥିଲେ। କିନ୍ତୁ ଶ୍ରୀନିବାସ ମନା କରି ଦେଇଥିଲେ। ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ବିଜୟଲକ୍ଷ୍ମୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି।

ପିଲାମାନେ ସ୍କୁଲ୍‌ରୁ ଫେରିବା ପରେ ଦେଖିଲେ ଶୋଇବା ଘର କବାଟ ଭିତର ପଟୁ ବନ୍ଦ ହୋଇଛି। ଏହା ପରେ ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ ବିଜୟଲକ୍ଷ୍ମୀ ଖୋଲି ନଥିଲେ। ପିଲାମାନେ ଶ୍ରୀନିବାସଙ୍କୁ ଏ ନେଇ ଖବର ଦେଲେ। ଶ୍ରୀନିବାସ ଆସି କବାଟ ବାଡ଼େଇଲେ। କିନ୍ତୁ ଭିତରପଟୁ କୌଣସି ପ୍ରତିକ୍ରିୟା ଆସିନଥିଲା। ତା’ପରେ ଶ୍ରୀନିବାସ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଓ ବିଜୟଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଘଟଣା ସଂପର୍କରେ ତୁରନ୍ତ ସ୍ଥାନୀୟ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ବ୍ଲାଉଜ୍‌ ପାଇଁ ସ୍ୱାମୀଙ୍କ ସହ ଝଗଡ଼ା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3dlj6wC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages