ଉତ୍ତର ନା ଦକ୍ଷିଣ, ଘରର କେଉଁ ଦିଗରେ ଭୁଲ୍‌ରେ ବି କରିବେନି ଝରକା, ଜାଣି ରଖନ୍ତୁ ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

ଉତ୍ତର ନା ଦକ୍ଷିଣ, ଘରର କେଉଁ ଦିଗରେ ଭୁଲ୍‌ରେ ବି କରିବେନି ଝରକା, ଜାଣି ରଖନ୍ତୁ ପ୍ରଭାବ

ଘର ଖଣ୍ଡେ କରିବା ସମସ୍ତଙ୍କ ସ୍ୱପ୍ନ ଥାଏ। ହେଲେ ଘର କରିବା ସମୟରେ କେଉଁ ଦିଗରେ କରିବେ ଝରକା ? ଉତ୍ତର ନା ଦକ୍ଷିଣ । କ’ଣ ରହିଛି ଏହାର ପ୍ରଭାବ । ଏହାକୁ ନେଇ ଗୃହକର୍ତ୍ତା ଦ୍ୱନ୍ଦ୍ୱରେ ପଡ଼ି ଯାଉଥିବା ବେଳେ ବେଳେବେଳେ ସଠିକ ନିଷ୍ପତ୍ତି ନେବାରେ ହୋଇଯାଏ ତ୍ରୁଟି । ଯାହାର ଫଳ ପରିବାରର ସବୁ ସଦସ୍ୟଙ୍କୁ ଭୋଗିବାକୁ ପଡ଼ିଥାଏ। କେତେବେଳେ ଆର୍ଥିକ ସମସ୍ୟା ଦେଖାଦିଏ ତ କେତେବଳେ ସ୍ୱାସ୍ଥ୍ୟ ସମସ୍ୟାରେ ଛନ୍ଦି ହେବାକୁ ପଡ଼ିପାରେ। ତେଣୁ ଘରର ଝରକା କରିବା ସମୟରେ ଅଧିକାଂଶ ଲୋକ ଏହାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଜାଣି ରଖନ୍ତୁ, କେଉଁ ଦିଗରେ ଭୁଲ୍‌ରେ ବି କରିବେନି ଝରକା।

ଘରର ଝରକା କରିବା ସମୟରେ ସବୁବେଳେ ଉତ୍ତର ଦିଗକୁ ହିଁ ପ୍ରାଥମିକତା ଦିଅନ୍ତୁ। ଭୁଲ୍‌ରେ ବି ଦକ୍ଷିଣ ଦିଗରେ ଝରକା କରିବା କଥା ଚିନ୍ତା କରନ୍ତୁ ନାହିଁ।  ଉତ୍ତର ଦିଗକୁ ଉର୍ଜାରେ ଭରପୂର ଦିଗ ଏପରିକି  କୁବେରଙ୍କ ଦିଗ ବୋଲି ଧରା ଯାଇଥାଏ। ଏହି ଦିଗରେ ଝରକା ନିର୍ମାଣ କଲେ ଆପଣଙ୍କ ଘର, ଅଫିସ  ଉପରେ ଭଗବାନ କୁବେରଙ୍କ କୃପାଦୃଷ୍ଟି ରହିଥାଏ। ଏପରିକି ଘରେ କେବେ ଧନର ଅଭାବ  ରୁହେ ନାହିଁ। ତେଣୁ ଉତ୍ତର ଦିଗରେ ଝରକା କରିବାକୁ ଶୁଭ ବିବେଚନା କରାଯାଇଥାଏ ଏବଂ ଏହାକୁ ପ୍ରତିଦିନ କିଛି କିଛି ସମୟ ଖୋଲା ରଖିବା ଦରକାର।

ଅପରପକ୍ଷେ, ଘରର ଦକ୍ଷିଣ ଦିଗରେ କେବେ ବି ଝରକା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ।

Representational Image

ଦକ୍ଷିଣ ଦିଗକୁ ଯମ ଅଥବା ମୃତ୍ୟୁର ଦେବତାଙ୍କ ଦିଗ ବୋଲି ଧରା ଯାଇଥାଏ। ସେଥିପାଇଁ ଏହି ଦିଗକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଦିଗର ବହୁତ ନକରାତ୍ମକ ପ୍ରଭାବ ଥିବାରୁ ଏହି ଦିଗରେ  ଝରକା କଲେ ଏହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ହେଲେ ଯଦି ଆପଣଙ୍କ ଘର ଦକ୍ଷିଣ ଦିଗକୁ ମୁହଁ କରିଛି, ଅଥବା ଆପଣ ଦକ୍ଷିଣ ମୁହାଁ ଝରକା କରିବାକୁ ବାଧ୍ୟ ହେଉଛନ୍ତି, ତେବେ ଏହାର ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ ଉପାୟ ବି ବାସ୍ତୁ ଶାସ୍ତ୍ରରେ ଅଛି। ଏହି ଦିଗରେ ଥିବା ଝରକାରେ ଆପଣ ମୋଟା ପର୍ଦ୍ଦା ଲଗାଇ ଦିଅନ୍ତୁ। ଏହାଦ୍ୱାରା  ନକରାତ୍ମକ ପ୍ରଭାବ କିଛିଟା କମିପାରେ ବୋଲି ବିଶ୍ୱାସ ରହିଛି।

ଏହାବାଦ କିଛି ଲୋକ ନିର୍ଣ୍ଣୟ ନେଇପାରନ୍ତି ନାହିଁ କି ଘରର ମୁଖ୍ୟ ଦ୍ୱାର ନିକଟରେ ଝରକା କରିବେ କି ନାହିଁ। ବାସ୍ତୁ ଅନୁଯାୟୀ କ’ଣ ରହିଛି ଏହାର ପ୍ରଭାବ ।

ବାସ୍ତୁ ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରା ନିକଟରେ ଝରକା କରିବା ଖୁବ୍‌ ଭଲ। ହେଲେ ଘର କରିବା ସମୟରେ ମୁଖ୍ୟ ଦ୍ୱାର ନିକଟରେ ଏହାର ୨ ପାର୍ଶ୍ୱରେ ୨ଟି ସମାନ ଆକାରର ଗେଟ୍‌ କରିବା ଦରକାର। ଏପରି କରିବା ଦ୍ୱାରା ଏକ ଚୁମ୍ବକୀୟ ଚକ୍ର ନିର୍ମାଣ ହୋଇଥାଏ। ଯାହାଦ୍ୱାରା ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।

Representational Image

ଏହାବାଦ ଘରର ସମୁଦାୟ ଝରକା ସଂଖ୍ୟା କେତେ ରଖିବେ,  ଯୁଗ୍ମ ନା ଅଯୁଗ୍ମ । ସେ ନେଇ ଗୃହକର୍ତ୍ତା ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ି ଯାଉଥିବା ବେଳେ ସବୁବେଳେ ଝରକା ସଂଖ୍ୟା ଯୁଗ୍ମ ରଖିବା ଦରକାର।  ଅଯୁଗ୍ମ ହେବା ଦ୍ୱାରା ଏହାର କୁପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ।

ବହୁ ଲୋକ ଘର କରିବା ସମୟରେ ଅତ୍ୟଧିକ ଉତ୍ସୁକ ହୋଇ କେବଳ ଡିଜାଇନକୁ ଗୁରୁତ୍ୱ ଦେଇଥିବା ବେଳେ ବାସ୍ତୁକୁ ଭୁଲି ଯାଇଥାନ୍ତି। ଏହାଦ୍ୱାରା ନିଜ ସ୍ୱପ୍ନର ଘରେ ନିଜ ପରିବାର ସହ ରହିବାର ସ୍ୱପ୍ନ ପୂରଣ ହୋଇଥିଲେ ମଧ୍ୟ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ।

The post ଉତ୍ତର ନା ଦକ୍ଷିଣ, ଘରର କେଉଁ ଦିଗରେ ଭୁଲ୍‌ରେ ବି କରିବେନି ଝରକା, ଜାଣି ରଖନ୍ତୁ ପ୍ରଭାବ appeared first on Odisha Reporter.



from Odisha Reporter https://ift.tt/3DubNgN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages