ନୂଆଦିଲ୍ଲୀ: ଦିନକୁ ଦିନ କାୟା ମେଲାଉଛି ଓମିକ୍ରନ୍। କରୋନାର ଏହି ନୂଆ ଭ୍ୟାରିଆଣ୍ଟ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ପାଇଁ ଥଣ୍ଡା ସମୟ ଅନୁକୂଳ ଥିବାରୁ ଆଗକୁ ଭୟଙ୍କର ରୂପ ଧାରଣ କରିପାରେ ବୋଲି ଆଶଙ୍କା କରାଯାଉଛି। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ଆସନ୍ତା ଫେବୃଆରୀରେ ଭାରତରେ ଏହି ଭ୍ୟାରିଆଣ୍ଟ ପିକ୍ରେ ପହଞ୍ଚିପାରେ। ମହାମାରୀକୁ ଟ୍ରାକିଂ କରୁଥିବା ଦୁଇ ଜଣ ବୈଜ୍ଞାନିକ ଏଭଳି ଆକଳଳନ କରଇଚନ୍ତି। ଆଇଆଇଟି କାନପୁରର ମଣିନ୍ଦ୍ର ଅଗ୍ରୱାଲ ଏବଂ ସୂତ୍ର ମଡେଲର ସହ-ପ୍ରତିଷ୍ଠାତା ଆଇଆଇଟି ତଥା ହାଇଦ୍ରାବାଦର ଏମ ବିଦ୍ୟାସାଗର ଏହା କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ସବୁଠାରୁ ଖରାପ ପରିସ୍ଥିତି ଫେବୃଆରୀରେ ଉପୁଜିପାରେ। ଏହି ସମୟରେ କୋଭିଡ୍ କେସ୍ ଦୈନିକ ଦେଶରେ ୧.୫ରୁ ୧.୮ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଯଦି ପ୍ରାକୃତିକ କିମ୍ବା ଟିକା ଦ୍ୱାରା ଶରୀରରେ ତିଆରି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ଓମିକ୍ରନ୍ ଭ୍ୟାରିଆଣ୍ଟ ଦମନ କରିପାରେ ତେବେ ସଂଘାତିକ ପରିସ୍ଥିତି ଉପୁଜିପାରେ। କରୋନାର ପୂର୍ବ ଭ୍ୟାରିଆଣ୍ଟ ଭଳି ଓମିକ୍ରନର ମଧ୍ୟ ସମାନ ଲକ୍ଷଣ ରହିବ। ଶୀଘ୍ର ପିକ୍କୁ ଯାଇ ପୁଣି ଜଲଦି ପତନାମୁଭିମୁଖୀ ହେବ।
ଓମିକ୍ରନ୍ର ଉତ୍ପତ୍ତିସ୍ଥଳ ଦକ୍ଷିଣଆଫ୍ରିକାରେ ସମାନ ଚିତ୍ର ଦେଖିବାକୁ ମିଳୁଛି ଉଭୟେ ବୈଜ୍ଞାନିକ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଗତ ତିନି ସପ୍ତାହ ମଧ୍ୟରେ ମାମଲା ବୃଦ୍ଧି ପାଇ ଏବଂ ହ୍ରାସ ହେବା ଆରମ୍ଭ ହୋଇଛି ବୋଲି ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ କୋଭିଡ ମାମଲା ଡିସେମ୍ବର ୧୫ରେ ପ୍ରାୟ ହାରାହାରି ୨୩.୦୦୦ରେ ପହଞ୍ଚିଥିଲା । ବର୍ତ୍ତମାନ ଏହା ୨୦,୦୦୦ ତଳକୁ ଖସି ଆସିଛି। ସେପଟେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଛି। ତେଲେଙ୍ଗାନାରେ ଆଜି ସୁଦ୍ଧା ୨୦ ମାମଲା ଚିହ୍ନଟ ହୋଇଥବା ବେଳେ କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮, କେରଳରେ ୧୫ ଏବଂ ଗୁଜରାଟରେ ୧୪ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଏହା ଜଣାପଡ଼ିଛି।
ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ୩୪ ନୂଆ ଓମିକ୍ରନ୍ ରୋଗୀ ଭର୍ତ୍ତି ହୋଇଛନ୍ତି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଲଗାତାର ୫୪ ଦିନ ଧରି ଦେଶରେ ସଂକ୍ରମଣ ୧୫ ହଜାର ତଳେ ରହିଛି। ଦେଶରେ ଆରୋଗ୍ୟ ହାର ୯୮.୪୦ ପ୍ରତିଶତ ରହିଛି। ଓମିକ୍ରନ୍ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଜି ସତର୍କ କରାଇ ଦେଇଛନ୍ତି। ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରରେ ମୋଟ୍ ୫୪ ଜଣ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ଏହାକୁ ବ୍ରେକ୍ଥ୍ରୁ ମାମଲା କୁହାଯାଉଛି। ଓମିକ୍ରନରେ ଆକ୍ରାନ୍ତ ହୋଇଥିବା କିଛି ଲୋକ ବି ଫାଇଜର୍ ଟିକା ନେଇଛନ୍ତି। ଟିକା ଓମିକ୍ରନ୍ ବିରୋଧରେ କାମ ଦେଉନି। ଏହା ରୋଗକୁ ବେଶୀ ଗୁରୁତର ନକଲେ ବି ସଂକ୍ରମଣରୁ ସୁରକ୍ଷା ଦେଉନାହିଁ।
The post ଫେବୃଆରୀରେ ପିକ୍ରେ ପହଞ୍ଚିପାରେ ଓମିକ୍ରନ୍: ଦୁଇ ବୈଜ୍ଞାନିକ appeared first on Odisha Reporter.
from Odisha Reporter https://ift.tt/30NSYry
No comments:
Post a Comment