୩୩ ପଜିଟିଭ୍ ପରେ କଲେଜ ସିଲ୍‌, ତାଗିଦ୍‌ ସତ୍ତ୍ୱେ ହଷ୍ଟେଲ୍ ଛାଡ଼ିଛନ୍ତି ପିଲା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

୩୩ ପଜିଟିଭ୍ ପରେ କଲେଜ ସିଲ୍‌, ତାଗିଦ୍‌ ସତ୍ତ୍ୱେ ହଷ୍ଟେଲ୍ ଛାଡ଼ିଛନ୍ତି ପିଲା  

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର କୁଞ୍ଜକାନ୍ତରେ ଥିବା ସାଇକୃପା ନାମକ ଏକ ଆବାସିକ କଲେଜରୁ ୩୩ ଜଣ ଶିକ୍ଷାର୍ଥୀ  କରୋନା ପଜିଟିଭ୍ ବାହାରିବା ପରେ ଏହାକୁ ସିଲ୍ କରି ଦିଆଯାଇଛି। କଲେଜ ସହିତ ହଷ୍ଟେଲ୍‌କୁ ମଧ୍ୟ ସିଲ୍‌ କରିଛି ଢେଙ୍କାନାଳ ପୌର ପ୍ରଶାସନ।

ସବୁଠୁ ଚିନ୍ତାଜନକ କଥା ହେଉଛି, ପୌର ପ୍ରଶାସନର କଡ଼ା ତାଗିଦ୍ ସତ୍ତ୍ୱେ ପିଲାମାନେ ହଷ୍ଟେଲ୍ ଛାଡ଼ି ଦେଇଛନ୍ତି। ସେଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ଏହା ସହିତ ହଷ୍ଟେଲ ଛାଡ଼ିଥିବା ପିଲାମାନଙ୍କୁ ଆଇସୋଲେସନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ଏହି ଶିକ୍ଷାନୁଷ୍ଠାନରୁ ୩୩ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହେବା ପରେ ପୂରା କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ପୂର୍ବରୁ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୩  ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତମାନେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ପ୍ରଥମେ କିଛି ଛାତ୍ରୀଙ୍କର ସାମାନ୍ୟ ଥଣ୍ଡାକାଶ ଲକ୍ଷଣ ଦେଖାଦେଇଥିଲା। ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା।

ବୁର୍ଲା ଭିମସାରରେ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ କିଛି ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘରଗୁଡ଼ିକୁ ଯଥାକ୍ରମେ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଥିଲା।

 

The post ୩୩ ପଜିଟିଭ୍ ପରେ କଲେଜ ସିଲ୍‌, ତାଗିଦ୍‌ ସତ୍ତ୍ୱେ ହଷ୍ଟେଲ୍ ଛାଡ଼ିଛନ୍ତି ପିଲା   appeared first on Odisha Reporter.



from Odisha Reporter https://ift.tt/32TFRWD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages