କଂଗ୍ରେସ ୩୦୦ ଆସନ ଜିତିବ ବୋଲି ଆଶା ନାହିଁ, କାହିଁକି ଏମିତି କହିଲେ ଆଜାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

କଂଗ୍ରେସ ୩୦୦ ଆସନ ଜିତିବ ବୋଲି ଆଶା ନାହିଁ, କାହିଁକି ଏମିତି କହିଲେ ଆଜାଦ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଆଜାଦ କହିଛନ୍ତି ଯେ “ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ ଆସନ ଜିତିବ ବୋଲି ମୋର ଆଶା ନାହିଁ। ତେଣୁ ମୁଁ ଏହାକୁ ନେଇ କୌଣସି ଭୁଲ କିମ୍ବା ମିଛ ପ୍ରତିଶ୍ରୁତି ଦେଇପାରିବି ନାହିଁ।”

ଧାରା ୩୭୦ ଉଚ୍ଛେଦ ପରେ ଏହାକୁ ପୁଣିଥରେ ଲାଗୁ କରିବାକୁ ପୁଞ୍ଚ ସମେତ କଶ୍ମୀରର ବିଭିନ୍ନ ସ୍ଥାନରେ ଦାବି ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଜାଦ ଏପରି କହିଛନ୍ତି। ସେ କହିଛନ୍ତି, ସଂସଦରେ ଧାରା ୩୭୦କୁ ନେଇ ସେ ଏକାକୀ ସ୍ୱର ଉଠାଇଥିଲେ। ଆଉ କେହି ବି ଏହା ଉପରେ କିଛି ବି କହି ନଥିଲେ।

ଧାରା ୩୭୦ ପୁଣି ଲାଗୁ କରିବା ପ୍ରସଙ୍ଗରେ ଆଜାଦ କହିଛନ୍ତି, “ଯେତେବେଳେ ମାମଲା କୋର୍ଟରେ ରହିଛି ସେତେବେଳେ ମୁଁ ତାରା ତୋଳି ଆଣିବା ଓ ଚାନ୍ଦକୁ ମାଟିକୁ ନେଇ ଆସିବା ଭଳି କଥା କହିବି ନାହିଁ। ମୁଁ ସବୁବେଳେ ବାସ୍ତବ କଥା କହେ। ସୁପ୍ରିମକୋର୍ଟଙ୍କ ବ୍ୟତୀତ ଏହି ପ୍ରସଙ୍ଗରେ କେବଳ କ୍ଷମତାରେ ଥିବା ସରକାର ହିଁ କିଛି କରିପାରିବେ।

କିନ୍ତୁ କ୍ଷମତାରେ ଥିବା ସରକାର ନିଜେ ହିଁ ୩୭୦କୁ ଉଚ୍ଛେଦ କରିଛନ୍ତି। ତେଣୁ ସରକାର ପୁଣି କେମିତି ଏହାକୁ ଲାଗୁ କରିବେ? ୨୦୨୪ରେ ଆମର ୩୦୦ ସାଂସଦ ଆସିବେ ଓ ଧାରା ୩୭୦ ପୁଣି ଲାଗୁ ହେବା ଭଳି ପ୍ରତିଶ୍ରୁତି ମୁଁ ଦେଇ ପାରିବି ନାହିଁ। କାରଣ କଂଗ୍ରେସ ଆସନ୍ତା ସାଧାରଣ ନିର୍ବାଚନରେ ୩୦୦ ଆସନ ଜିତିବ ବୋଲି ମୋର ଆଶା ନାହିଁ। ତେଣୁ ମିଛ କିମ୍ବା ଭୁଲ ପ୍ରତିଶ୍ରୁତି ମୁଁ କାହାକୁ ଦେବାକୁ ଚାହୁଁନି।”


ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉପତ୍ୟକାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ତେବେ ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ରାଜନୀତିକ ଦଳଗୁଡ଼ିକ ଏପରି ନିଷ୍ପତ୍ତିକୁ ବିରୋଧ କରି ଚାଲିଛନ୍ତି। ସେମାନେ ଧାରା ୩୭୦ ଲାଗୁ କରିବା ସହ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ପରିବର୍ତ୍ତେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ଦାବି କରୁଛନ୍ତି।

The post କଂଗ୍ରେସ ୩୦୦ ଆସନ ଜିତିବ ବୋଲି ଆଶା ନାହିଁ, କାହିଁକି ଏମିତି କହିଲେ ଆଜାଦ appeared first on Odisha Reporter.



from Odisha Reporter https://ift.tt/3pgH6qp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages