ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପୁଣି ବଡ଼ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ। ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି। ଏଥିସହ ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଛି। ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଦୁଇଟି ଜିଲ୍ଲାରେ ୬ ଆତଙ୍କୀ ନିପାତ ହୋଇଥିଲେ। ଏ ନେଇ କଶ୍ମୀର ଜୋନ୍ ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଛି। ଏହି ଏନକାଉଣ୍ଟର ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି।
ଗୁରୁବାର ରାତିରେ ଶ୍ରୀନଗରରେ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ତିନି ଆତଙ୍କୀ ନିହତ ହୋଇଥିବା ବେଳେ ଚାରିଜଣ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନିଜଣ ପୁଲିସ୍ କର୍ମୀ ଓ ଜଣେ ସିଆରପିଏଫ୍ ଯବାନ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୂରା ଘଟଣାକୁ ନେଇ ଜମ୍ମୁ-କଶ୍ମୀର ପୁଲିସ୍ ଟ୍ୱିଟ୍ କରି ସୂଚନା ଦେଇଛି। ଜମ୍ମୁ-କଶ୍ମୀରରେ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ଯେ ଯେଉଁ ତିନି ଆତଙ୍କୀଙ୍କ ନିହତ ହୋଇଛି, ସେମାନଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର, ବନ୍ଧୁକ ଜବତ କରାଇଛି। ଏବେବି ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
#SrinagarEncounterUpdate: 03 unidentified #terrorists killed. #Incriminating materials including #arms & ammunition recovered. Search going on: IGP Kashmir@JmuKmrPolice https://t.co/PbBpZ2WMyB
— Kashmir Zone Police (@KashmirPolice) December 30, 2021
ଜମ୍ମୁ-କଶ୍ମୀର ପୁଲିସ୍ ମୁତାବକ, ଜଣେ ସିନିୟର ପୁଲିସ୍ ଅଧିକାରୀ ଯେତେବେଳେ ସନ୍ଦିଗ୍ଧ ଘରକୁ ପ୍ରବେଶ କଲେ, ସେହି ସମୟରେ ଅନାଚକ ଅତର୍କିତ ଗୁଳି ବର୍ଷା ହୋଇଥିଲା। ଏଥିରେ ଦୁଇ ପୁଲିସ୍ କର୍ମୀ ଆହତ ହୋଇଥିଲେ। ତେବେ ସୁରକ୍ଷାକର୍ମୀ ମଧ୍ୟ ପ୍ରତିଆକ୍ରମଣ କରି ତିନି ଆତଙ୍କୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି।
ଏହା ପୂର୍ବରୁ ଦକ୍ଷିଣ କଶ୍ମୀରରେ ଡବଲ୍ ଏନକାଉଣ୍ଟରେ ଦୁଇ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଥିରେ ଭାରତର ଜଣେ ଯବାନ ସହିଦ୍ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର ଦୁଇ ଜଣ ସାମିଲ୍ ଥିଲେ, ଯେଉଁମାନେ ଶ୍ରୀନଗରରେ ଡିସେମ୍ବର ୧୩ ତାରିଖରେ ପୁଲିସ୍ ବସ୍ ଉପରକୁ ହମଲା କରିବାରେ ସଂପୃକ୍ତ ଥିଲେ।
The post ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଆଉ ୩ ଆତଙ୍କୀ ସଫା appeared first on Odisha Reporter.
from Odisha Reporter https://ift.tt/32xTcUO
No comments:
Post a Comment